ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୁଲ୍ଯରେ ଗତ ୨୨ତାରିଖ,ଠାରୁ ୨୪ ପର୍ଯ୍ୟନ୍ତ ଗୋ ପାଳକ ଚାଷୀ ମାନଙ୍କ ପାଇଁ ତିନି ଦିନିଆ ଗୋ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି।
ଉକ୍ତ ତାଲିମ ଶିବିର ରେ ସମଲେଶ୍ବରୀ ଆଁଚଳିକ ଦୁଗ୍ଧ ଉପାଦକ ସଂଘ ସମ୍ବଲ ପୁର ରୁ ଶ୍ରୀଯୁକ୍ତ ଅର୍ଜୁନ ସାହୁ,ନୋଡାଲ ଅଫିସର ବୌଦ୍ଧ, ଶ୍ରୀଯୁକ୍ତ ସହଦେବ ସତପଥୀ,ଭାରପ୍ରାପ୍ତ ଅଧିକାରୀ ସୋନପୁର କାର୍ଯ୍ଯ କ୍ରମକୁ ଆଗେଇ ନେଇଥିଲେ ।
ଉକ୍ତ ତାଲିମ ଶିବିର ରେ ଚାଷି ମାନଙ୍କୁ ଶ୍ରୀ ଉଦେଶ କୁମାର ବେହେରା v.a.s କଣ୍ଟାମାଳ ତାଲିମ ପ୍ରଦାନ କରିଥିଲେ । ଆଜି ଉଦ୍ଜାପନି ଉତ୍ସବରେ ଦୁଗ୍ଧ ଉତ୍ପାଦନ ସଙ୍ଘ1 ସମ୍ବଲପୁର ତରଫରୁ ଏକ ଗୋବାନ୍ଧ୍ଯ ନିରାକରଣ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିର ରେ ପ୍ରାୟ୪୫ଟି ଗାଈ କୁ ମାଗଣାରେ ଔଷଧ ଦିଆଯାଇଥିଲା ତାସହି ଏଠାରେ ୫୦ ଜଣ ଦୁଗ୍ଧ ଚାଷୀ ଙ୍କୁ ତାଲିମ ଦିଆଯାଇ ଥିଲା ନେଇ ଖବର ମିଳିଛି ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ