ବୌଦ୍ଧ (ଚିତ୍ତ ରଂଜନ ସିଂ)
ଆଜି ତା :27/08. ବାସ୍ତବ ଚିତ୍ର ବୟାନ କରୁଛି ବିକାଶ କେତେ!ଦୁର୍ଗମ ଅଚଳରେ ପୁଣି ଖଟିଆ ରେ ବୁହାହେଲା ରୋଗୀ!ରୋଗୀ ଖୋଦ ୱାର୍ଡ ସଭ୍ୟା ଙ୍କ ସ୍ୱାମୀ!ବିକାଶ ନାଁ ରେ କୋଟି କୋଟି ସରକାରୀ ରାଜସ୍ବ ହରିଲୁଟ ଫଳ ଶୂନ!ଠିକାଦାର ଓ ଯନ୍ତ୍ରୀ ମାଲାମାଲ ସାଧାରଣ ଜନତା ବେହାଲ!ଏମିତି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ତଳ ଗାଁ ପଞ୍ଚାୟତ ର 1ନଂ ୱାର୍ଡ ଉଡୁଗୁଜୁ ଗ୍ରାମରେ!ଗ୍ରାମକୁ ଆମ୍ବୁଲାନ୍ସ ନ ଯିବାରୁ ଗ୍ରାମର ଖୋଦ ୱାର୍ଡ ସଭ୍ୟା ଙ୍କ ସ୍ୱାମୀ ଙ୍କୁ ଅଧ କିଲୋମିଟର ଖଟିଆ ରେ ବୁହା ହେଲା!ସୂଚନା ମତେ ୱାର୍ଡ ସଭ୍ୟା ଙ୍କ ସ୍ୱାମୀ ଜ୍ୱର ରେ ପୀଡିତ ଥିବା ବେଳେ ହଠାତ ଦେହ ଅତ୍ୟଧିକ ଖରାପ ହେବାରୁ ଗତ କାଲି 108ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲା!ଖବର ପାଇ ଆମ୍ବୁଲାନ୍ସ ଆସିଲା ସତ କିନ୍ତୁ ରାସ୍ତା ଖରାପ ଥିବାରୁ ଗାଁ କୁ ଯାଇପାରିଲା ନ ଥିବାରୁ ଅଧକିଲୋମିଟର ଖଟିଆ ରେ ବୋହି ଆମ୍ବୁଲାନ୍ସ ପାଖକୁ ଅଣାଯାଇଥିଲା!ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଂଚଳ ରେ ବିଭିନ୍ନ ସମାଲୋଚନା ଦେଖିବାକୁ ମିଳିଛି!
କାହିଁକି ନାଁ ହରଭଙ୍ଗା ବ୍ଲକ ରେ ମନୋରେଗା ଯୋଜନାର ଉକ୍ତ ତଳଗାଁ ପଞ୍ଚାୟତ ସର୍ବାଧିକ କାର୍ଯ୍ୟ ହୋଇଥିବା ନେଇ ରେକଡ଼ କରୁଥିବା ବେଳେ ଦେଢ଼କୋଟି ଟଙ୍କା ବିକାଶ ମୂଳକ କାର୍ଯ୍ୟ ଜନତାଙ୍କ କାର୍ଯ୍ୟରେ ଲାଗୁଛି! ଠିକାଦାର ଓ ଯନ୍ତ୍ରୀ ଙ୍କ ଲାଭଖୋର ମନବୃତି ନେଇ ସରକାରୀ ଅର୍ଥ ହଡପ ହୋଇଛି ଏହାର ଉଚ୍ଚତର ତଦନ୍ତ ପାଇଁ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି!ଉକ୍ତ ଉଡୁଗୁଜୁ ଗ୍ରାମକୁ ମଧ୍ୟ ମନୋରେଗା ଓ ପଞ୍ଚଦସ ଅର୍ଥ କମିସନ ରୁ ଅର୍ଥ ଖର୍ଚ୍ଚ ହୋଇ ରାସ୍ତା ନିର୍ମାଣ ପାଇଁ ସୂଚନା ଫଳକ ଲାଗିଛି କିନ୍ତୁ “ରାଧେ ରାଧେ “କାଯ୍ୟରେ ସଂପୂର୍ଣ୍ଣ ହୋଇଛି ରାସ୍ତା କାର୍ଯ୍ୟ ଯାହାର ଜ୍ୱଳନ୍ତ ଉଦାହରଣ ଖଟିଆ ରେ ବୁହାହେଲା ରୋଗୀ!ତେଣୁ ବ୍ଲକ ପ୍ରଶାସନ ଉକ୍ତ ଘଟଣାକୁ ନେଇ ତଳଗଁl ପଞ୍ଚାୟତ ରେ ବିକାଶ ମୂଳକ କାର୍ଯ୍ୟ ରେ ସରକାରଙ୍କ କୋଟି କୋଟି ଟଙ୍କା କେଉଁ କେଉଁ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ନାଁ ବିକାଶ ନାଁ ରେ ଅର୍ଥ ହରିଲୁଟ ହୋଇଛି ତାହାର ସଠିକ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି!


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ