ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଠାରେ ବାଉଁଶ କାରିଗରମାନଙ୍କୁ ସମ୍ବର୍ଦ୍ଧିତ କଲେ ବନଖଣ୍ଡ ଅଧିକାରୀ  l

ବୌଦ୍ଧ (ଚିତ୍ତ ରଞ୍ଜନ ସିଂହ)

ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଠାରେ ବାଉଁଶ କାରିଗରମାନଙ୍କୁ ବନଖଣ୍ଡ ଅଧିକାରୀ ଦେବପ୍ରୀୟ କମ୍ପ ସମ୍ବର୍ଦ୍ଧିତ କରିଛନ୍ତି । ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଗ୍ରାମ ବନ ସୁରକ୍ଷା ସମିତି ର ସଦସ୍ୟ ଚିନ୍ତାମଣି ନାଏକ, ସୁରେନ୍ଦ୍ର ପ୍ରଧାନ, ଯଶୋଦା ପ୍ରଧାନ, ବେଦଭୁମି  ନାଏକ ବାଉଁଶ କାରିଗରି କାମ କରି ବେଶ ପ୍ରଶଂସିତ ହୋଇଛନ୍ତି । ସିନ୍ଦୁରପଙ୍କ ଗ୍ରାମ ର ବାଉଁଶ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀ ସବୁ ବିଭିନ୍ନ ପ୍ରଦର୍ଶନୀରେ ପ୍ରଦର୍ଶିତ ଓ ବିକ୍ରୟ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଏବେ ଏହି ବାଉଁଶ କାରିଗରମାନଙ୍କ ଏକ ୪ ଜଣିଆ ଦଳ ଅଧିକ ତାଲିମ ଓ କାରିଗରି କୌଶଳର ବିନିମୟ ଉଦେଶ୍ୟରେ ଆସାମର ଜୋରହାଟକୁ ଦଶ ଦିନିଆ ଟ୍ରେନିଙ୍ଗରେ ଯାଉଛନ୍ତି । ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ଉତ୍ସବରେ ବାଉଁଶ କାରିଗରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଏ. ସି. ଏଫ. ଆଶିଷ କୁମାର କଁହର ଏବଂ ଜିଲ୍ଲା ବନ ଖଣ୍ଡ ଅଧିକାରୀ ଦେବପ୍ରୀୟ କମ୍ପ କାରିଗର ମାନଙ୍କ ଉଦ୍ଦେଶ୍ୟ ରେ ଶୁଭେଚ୍ଛା ବାର୍ତ୍ତା ରଖି ତାଙ୍କୁ ଉତ୍ସାହିତ କରିଥିଲେ l

ଏ.ସି.ଏଫ୍ ମିନାକ୍ଷି କୁମରା ଶୁଭେଚ୍ଛା ବାର୍ତ୍ତା ଦେବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ବିଷୟ ବସ୍ତୁ ବିଶେଷଜ୍ଞ, ଜୀବନ ଜୀବିକା ସଞ୍ଜୟ କୁମାର ପଟ୍ଟନାୟକ ଏବଂ ତଥ୍ୟ ଅଧିକାରୀ ଏମ. ଆଇ. ଏସ ଶିବଦତ୍ତ ଅଗସ୍ତି power point ମାଧ୍ୟମ ରେ କାରିଗରୀ କୌଶଳ ର ନମୁନା ଉପସ୍ଥାପନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସିନିୟର ଆସିଷ୍ଟାଣ୍ଟ ସତ୍ୟନାରାୟଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ମାଧପୁର ରେଞ୍ଜ ର  ଡେପୁଟି ରେଞ୍ଜର ଆଶିଷ କୁମାର ଦିଗାଲ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ, ବୌଦ୍ଧ ର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି, ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି କାରିଗର ମାନଙ୍କୁ ଉତ୍ସାହିତ କରିଥିଲେ l

error: Content is protected !!