ଆମ ଓଡିଶା, ନବୀନ ଓଡିଶା ” ଅନୁଦାନଅର୍ଥ ସରପଞ୍ଚ ମାନଙ୍କୁ ଦିଆଯାଉ  |

ବୌଦ୍ଧ (ଚିତ୍ତ ରଞ୍ଜନ ସିଂ)

ଆଜି ତା :29/08/23- ଭାରତୀୟ ଜାତୀୟ କଂଗ୍ରେସ ଦଳର ଛାମୁଆ ସଂଗଠନ RGPRS (ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ) ଦ୍ୱାରା ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି  | ବୌଦ୍ଧ ଜିଲ୍ଲା RGPRS ମୁଖ୍ୟ ସମରେନ୍ଦ୍ର ମହାକୁଳ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ ଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ , ବର୍ତମାନ ର ରାଜ୍ୟସରକାର  ଗ୍ରାମପଞ୍ଚାୟତ ର ଉନ୍ନତି ପାଇଁ  ପ୍ରତ୍ୟେକ ପଂଚାୟତ କୁ (ପଚାଶ ଲକ୍ଷ) ୫0,00000/- ଟଙ୍କା ଲେଖାଏଁ ଅନୁଦାନ ରାଶି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ଖର୍ଚ୍ଚ କରିବାକୁ ଯୋଗାଇ ଦିଆଯାଇଛି, ଯାହାକୁ ବୌଦ୍ଧ ଜିଲ୍ଲା RGPRS ସଂଗଠନ ଦୃଢ଼ ବିରୋଧ କରୁଛି ବୋଲି ଦାବିପତ୍ର ରେ ଉଲ୍ଲେଖ କରିଛି  | ଏହି ଅନୁଦାନ ରାଶିକୁ ସରପଞ୍ଚ ମାନଙ୍କୁ ଯୋଗାଇ ଦେବାକୁ ଦାବୀ କରାଯାଇଛି ଏବଂ ସରପଞ୍ଚ ମାନେ ନିଜ ନିଜ ପଂଚାୟତ ର କେଉଁ କେଉଁ ଗ୍ରାମରେ ଏହି ଅନୁଦାନ ଅର୍ଥ ଖର୍ଚ୍ଚ କରିବେ ସେଥିପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ସହ, କାର୍ଯ୍ୟକାରୀ ହେବାକୁ ଥିବା ଗ୍ରାମଗୁଡିକରେ ଗ୍ରାମସଭା କରି ଏହି ଅନୁଦାନ ଅର୍ଥକୁ ଖର୍ଚ୍ଚ କରନ୍ତୁ ବୋଲି ବଳିଷ୍ଠ ଯୁକ୍ତି ଉପସ୍ଥାପିତ କରିଛି  | ବ୍ଲକ ଗୁଡିକ ଦ୍ୱାରା ଏହି ଅନୁଦାନ ଅର୍ଥ ଖର୍ଚ୍ଚ କରାଗଲେ କାର୍ଯ୍ୟରେ ସ୍ୱଛତା ରହିବା ନେଇ RGPRS ବୌଦ୍ଧ ଶାଖା ସନ୍ଦେହ ପ୍ରକଟ କରିଛି | ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା କଂଗ୍ରେସ ର ମୁଖ୍ୟ ମୁଖପାତ୍ର ଆଇନଜୀବୀ ଶାନ୍ତନୁ କୁମାର ମହାପାତ୍ର, ରୋହିତାଶ୍ଵ ବେହେରା,ପୌଲସ୍ତି ପ୍ରଧାନ, ପ୍ରଦୀପ ଦାସ, ଗିରିଧାରୀ ପ୍ରଧାନ, ଗୋପାଳ ବାଘ, ବିଷ୍ଣୁ ପ୍ରସାଦ ବେହେରା, ଜିତେନ୍ଦ୍ର କୁମାର ପ୍ରଧାନ, ରିଙ୍କୁ ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ହରଭଙ୍ଗାବ୍ଲକ କଂଗ୍ରେସ ସଭାପତି ପଙ୍କଜ କୁମାର କର୍ଣ୍ଣ ଓ ନୀତେଶ ମେହେର ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଥିଲେ

error: Content is protected !!