ରିପୋର୍ଟ ପ୍ରଦିପ ସେଠିଆ
କଲମପୁର: ୩୦/୦୮ (ଆମ ଓଡ଼ିଶା ଖବର) କଥାରେ ଅଛି ବୃକ୍ଷ ହିଁ ଜୀବନ।ଗଛ ବଞ୍ଚିଲେ – ଦୁନିଆ ବଞ୍ଚିବ,ଏହି ମୂଳମନ୍ତ୍ରକୁ ପାଥେୟ କରି କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ *ସୋସିଆଲ ୱେଲଫେୟାର ଅର୍ଗାନାଇଯେଶନ କଳାହାଣ୍ଡି* ‘ ପକ୍ଷରୁ କଲମପୁର ଯୁକ୍ତ ଦୁଇ ଅମୋହମଣୀ ମହାବିଦ୍ୟାଳୟ ଠାରେ ମଙ୍ଗଳବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିବେକ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ, ସମ୍ମାନୀୟ ଅତିଥି ଭାବେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ମନିଷା ମିଶ୍ର, କଲମପୁର ପୋଲିସ ଏ.ଏସ.ଆଇ ଶେଖର ଜେନା, କଲେଜ ଅଧ୍ୟକ୍ଷ ରବୀନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ବିଭୂତି ପଟ୍ଟନାୟକ ଓ ଅନୁଷ୍ଠାନର ଉପସଭାପତି ଭୋଳା ଶଙ୍କର ପାତ୍ର,ସମ୍ପାଦକ ରିଙ୍କୁ ମଙ୍ଗରାଜ,ନରେଶ ସୁନାନୀ ଉପସ୍ଥିତ ରହି ବର୍ତ୍ତମାନ ଜଙ୍ଗଳ ନଷ୍ଟ ହେବାକୁ ବସିଲାଣ ତେଣୁ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି,ଜଳ ନିମ୍ନଗାମୀ ହେବା ସହ ବର୍ଷାର ଅଭାବ ଓ ମରୁଡ଼ିର ଆଗମନ ର କାରଣ ପାଲଟିଛି ତେଣୁ ସମସ୍ତ ମିଶି ନୂତନ ଜଙ୍ଗଳ ସୃଷ୍ଟି କରିବା ନିତାନ୍ତ ଜରୁରୀ ବୋଲି ଉପସ୍ଥିତ ଅତିଥି ବୃନ୍ଦ ମତପୋଷଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ କଲମପୁର ଅଞ୍ଚଳର ଯୁବ ସମାଜସେବୀ ରଞ୍ଜନ କୁମାର ସାହୁ, ଫାଲଗୁନୀ ନାଏକ,ଚିନ୍ମୟ ପଟ୍ଟନାୟକ,ସୁମିତ ଖମାରୀ,ଧନୁର୍ଯ୍ୟ ବାଗ, ପରେଶ ଦାସ ଙ୍କ ସମେତ ସଂଗଠନର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଅମୋହମଣି ମହାବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ସୁମିତ୍ରା ପାତ୍ର ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ଯୁବ ସମାଜସେବୀ ରଞ୍ଜନ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସୋସିଆଲ ୱେଲଫେୟାର ଅର୍ଗାନାଇଯେଶନ ଉପସଭାପତି ଭୋଳା ଶଙ୍କର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଅମୋହମଣୀ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ ରେ ସମ୍ପୂର୍ଣ ସହଯୋଗ କରିଥିଲେ।
More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।