ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ବନଖଣ୍ଡ ଅଧିକାରୀ ( ଡିଏଫ ଓ )ଦେବପ୍ରିୟ କମ୍ପ ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରାବଣ ପୁର୍ଣିମା କୁ ଲକ୍ଷ୍ୟ କରି ଜଙ୍ଗଲ ରେ ଜନ୍ତୁ ଶିକାର ହେବାର ଅନୁମାନ କରିଥିଲେ ଓ ଗତ କାଲି ରାତିରେ ବୌଦ୍ଧ ବନଖଣ୍ଡ ର ସମସ୍ତ ରେଞ୍ଜ ର ସମସ୍ତ ବିଟ ଏରିଆ ରେ କଡା କଡ଼ି ଭାବେ ରାତି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଡମରଗଡ଼ ସଂରକ୍ଷିତ ଜଙ୍ଗଲ ରେ ବାରହା ଶିକାର କରିବା ପାଇଁ ଇଲେକ୍ଟ୍ରି ତାର ବିଛେଇ ଏକ ଦେଶୀ ହାତ ତିଆରି ବନ୍ଧୁକ ଧରି ଜଙ୍ଗଲ ଭିତରେ ଛପିବସି ରହି ଥିବା ସମୟରେ ଦେଶୀ ବନ୍ଧୁକ ସହ ଆସାମୀ ଗୁପ୍ତେଶ୍ୱର ସେଠି (46)ପିତା ଜଗନ୍ନାଥ ଗ୍ରାମ ମାନେଶ୍ୱର କୁ ଧରିଲା ବନ ବିଭାଗ l ଏହି ଚଢ଼ାଉ ରେ AcF ଆଶିଷ କହଁର ,ବନରକ୍ଷୀ ପ୍ରକାଶ ପ୍ରଧାନ ଓ ମୋବାଇଲ ଟିମ, ଫୋରେଷ୍ଟ ସ୍କ୍ୱାଡ଼ ସାମିଲ ଥିଲେ l ସେହି ଭଳି କଣ୍ଟାମାଲ ରେଞ୍ଜ ରେ ମଧ୍ୟ୍ୟ 11kg କୁଟୁରା ମାଂସ ଓ ଛାଲ, ଦୁଇ ଦେଶୀ ହାତ ତିଆରି ବନ୍ଧୁକ ଗୋଟିଏ ପିସ୍ତଲ କୁ ଲାଖ ପର୍ବତ ଜଙ୍ଗଲ ରୁ ଜବତ କଲା ବନ ବିଭାଗ l ଏହି ଚଢ଼ାଉରେ ACF କ୍ଷୀରାଦ୍ଧି ପ୍ରଧାନ ଏବଂ କଣ୍ଟାମାଳ ରେଞ୍ଜ ର ସମସ୍ତ ଫୋରେଷ୍ଟ ର, ଫୋରେଷ୍ଟ ଗାର୍ଡ, ସ୍କ୍ୱାଡ଼ ସାମିଲ ଥିଲେ l


More Stories
ଖଣି ଖାଲରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର l
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
Prof. Dr. Sanatan Behera caught taking bribe in vigilance net