ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ରେ ପୁଣି ଲଜ୍ୟା ଛଅ ମାସର ଅନ୍ତସ୍ଵତ୍ତା ହେଲେ ଷଷ୍ଠଶ୍ରେଣୀ ଛାତ୍ରୀ l ଘଟଣା ପ୍ରଘଟ ହେବା ଭୟରେ ପ୍ରଧାନ ଶିକ୍ଷକ ଙ୍କ ସମେତ ପୀଡ଼ିତା ଙ୍କ ପରିବାର ଲୋକେ ଅଜ୍ଞାତବାସରେ l ଏହିଭଳି ଲଜ୍ୟାକର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି
କୋଟଗଡ ବ୍ଲକ ଜୁଡ଼ାବାଲି ପଞ୍ଚାୟତ ନୂଆଗାଁ ସେବାଶ୍ରମ ବିଦ୍ୟାଳୟ ପରିସରରେ l ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ 14 ବର୍ଷର ନାବାଳିକା ଛଅ ମାସର ଅନ୍ତସତ୍ଵା ହୋଇଥିବା ସୂଚନା ମିଳୁଛି l ବିଶ୍ବସ୍ତ ସୂତ୍ରରୁ ଖବର ଯାହା ମିଳିଛି ଚଳିତ ମାସ 15 ତାରିଖ ରିଖ ଦିନ ଛାତ୍ରୀ ଙ୍କ ଦେହ ଖରାପ ହେବାରେ କୋଟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଛାତ୍ରୀ ଙ୍କ ବାରମ୍ୱାର ଦେହ ଖରାପ ହେବାରୁ ସନ୍ଦେହ ହୋଇଥିଲା ତେଣୁ ଛାତ୍ରୀଙ୍କ ମାଆ ଛାତ୍ରୀ ଙ୍କ ରକ୍ତ ନମୁନା ପରୀକ୍ଷା କରାଇଥିଲେ l ଯାହାକି ପଜିଟିଭ ଦେଖାଦେଇଥିଲା ଏବଂ 24ସପ୍ତାହ ର ଅନ୍ତସ୍ୱତ୍ତା ଥିବା ଜଣାପଡିଥିଲା l ଏନେଇ ଘଟଣା ସମ୍ପର୍କ ରେ ଛାତ୍ରୀଙ୍କ ମାଆ କୁଆଡେ ନୂଆଗାଁ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମଣ ପତି ବଳିୟାରସିଂ ଙ୍କୁ ଜଣାଇବା ପରେ ଶିକ୍ଷକ ଜଣକଆଶ୍ରମର ବଦନାମ କୁ ଲୁଚାଇବା ପାଇଁ ଛାତ୍ରୀଙ୍କ ପରିବାର ସହିତ ଅଜ୍ଞାତ ବାସରେ ରହି ମେଡିକାଲକୁ ନେଇ ହତାଶ ହୋଇଥିବା ଚର୍ଚ୍ଚା ହେଉଛି l ଉକ୍ତ ଏଖବର ଶୁଣିବାକୁ ମିଳିବା ପରେ ଆମେ ଶିକ୍ଷକ ଙ୍କୁ ଫୋନ୍ ମଧ୍ୟମ ରେ ଯୋଗାଯୋଗ କରିଥିଲୁ କିନ୍ତୁ ଶିକ୍ଷକ ଜଣକ ଫୋନ ଉଠାଇ ନଥିଲା l କୋଟଗଡ ବ୍ଲକ୍ ମଙ୍ଗଳ ଅଧିକାରୀ ଆଶୁତୋଷ ପାଣିଗ୍ରାହୀ ଙ୍କୁ ପ୍ରତିକ୍ରିୟା ନେଇଥିଲୁ ପ୍ରତିକ୍ରିୟା ରେ ବ୍ଲକ୍ ମଙ୍ଗଳ ଅଧିକାରୀ କହଛନ୍ତି ଯେ ସେହିଭଳି ଘଟଣା ମୋ ନଜର କୁ ଆସିନାହିଁ l ପ୍ରଧାନ ଶିକ୍ଷକ ସ୍କୁଲ୍ ରେ ଅଛନ୍ତି ଘଟଣା ର ତଦନ୍ତ ପରେ ସବୁକିଛି ଜଣାପଡ଼ିବ ବୋଲି କହୁଛନ୍ତି l ଘଟଣା ର ସତ୍ୟାସତ୍ୟ ଜାଣିବା ପାଇଁ ଆମେ ନୂଆଗାଁ ସେବାଶ୍ରମ କୁ ଯାଇ ଥିଲୁ କିନ୍ତୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ମଧ୍ଯ ଆଶ୍ରମ କତୃପକ୍ଷ ଗେଟ୍ ଖୋଲି ନଥିଲେ ପୁଣି ଆମେ ଘଟଣା ର ଅନୁସନ୍ଧାନ ପାଇଁ ପୀଡ଼ିତା ଛାତ୍ରୀ ଙ୍କ ଗାଁ କୁ ଯାଇଥିଲୁ l ପୀଡ଼ିତା ଙ୍କ ବଡ଼ ଭଉଣୀ ଙ୍କୁ ପଚାରି ବୁଝିଥିଲୁ ବାପା ମାଆ ସହିତ ସାନ ଭଉଣୀ ଆଜକୁ ସାତଦିନ ରୁ ଉର୍ଦ୍ଧହେବ ବାହାର କୁ ଯାଇଛନ୍ତି ବୋଲି କହିଥିଲେ l ଏନେଇ ଆମେ କିଛି ଗ୍ରାମବସୀ ଙ୍କୁ ଭେଟି ପଚାରି ବୁଝିଥିଲୁ l ନୂଆଗାଁ ସେବାଶ୍ରମ ର ପ୍ରଧାନ ଶିକ୍ଷକ ଙ୍କ ସହିତ ବାପା ମାଆ ଆଉ ଝିଅ ସାତ ଦିନ ହେବ ଯାଇଥିବା କଥା କହି ଥିଲେ l ପୀଡ଼ିତା ଙ୍କ ଗର୍ଭ ନଷ୍ଟ ପାଇଁ ମେଡ଼ିକାଲ ରୁ ମେଡିକାଲ ନିଆଯାଉଥିବା ଚର୍ଚ୍ଚା ହେଉଛି l ଏହିଭଳି ଅତି ସମ୍ବେଦନଶିଳ ଘଟଣା କୁ ଚାପି ଦେବାକୁ ବିଭାଗୀୟ ଅଧିକାରୀ ମାନେ ମୁହଁ ଖୋଲୁନଥିବା ଅଭିଯୋଗ କରିଛନ୍ତି କୋଟଗଡ଼ ଜିଲ୍ଲା ପରିଷଦ ଜିରିମେୟ ସୁନାମାଝୀ ଏବଂ କନ୍ଧମାଳ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା କୁସୁମ ପ୍ରଧାନ l ଘଟଣା ଗୁଜବ ନା ଏଥିରେ ସତ୍ୟତା ରହିଛି ସେ ନେଇ ପ୍ରଶାସନ ତଦନ୍ତ କରିବା ଆବଶ୍ୟକତା ରହିଛି lbyte 1 କୁସୁମ ପ୍ରଧାନ – ବିଜେପି ମହିଳା


More Stories
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance