ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )
41ଲକ୍ଷ 16 ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ସହ ଜଣ କୁ ଗିରଫ କରି କୋର୍ଟ ଚାଲାଣ କଲା STF l ସୂଚନା ଅନୁସାରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏସ ଟି ଏଫ୍ ଦ୍ବାରା ବେଆଇନ୍ ଜାଲ ନୋଟ୍ କାରବାର ନେଇ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରେ ଗତକାଲି ଚଢାଉ କରାଯାଇଥିଲା । ସେଠାରୁ ଜାଲ ନୋଟ ତିଆରିରେ ବ୍ୟବହୃତ ପ୍ରିଣ୍ଟିଂ ମେସିନ ସହିତ 41 ଲକ୍ଷ 16 ହଜାର ଟଙ୍କାର 500 ଟଙ୍କିଆ ଜାଲ ନୋଟ୍ ଜବତ୍ କରିଥିବା ସୂଚନା ମିଳିଛି।

ଏହି ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆଁବସ୍ତିର ଦୀପକ କୁମାର ମେହେର କୁ ଗିରଫ କରିବା ସହ ବୀରମହାରାଜପୁର ଏସ ଡି ଜେ ଏମ କୋର୍ଟକୁ ଚାଲାଣ କରାଯାଇଥିବା ଏସ ଟି ଏଫ ପକ୍ଷରୁ ସୂଚନା ମିଳିଛି l ଏ ନେଇ ଏସ ଟି ଏଫ PS Case No.18/02/9/2023 U/s -489- A /489-B /489-C/120(B)IPC ଆଧାରରେ ମାମଲା ରୁଜୁ ହୋଇଛି l ଏହି ଘଟଣା ରେ ପଡୋଶୀ ଛତିଶଗଡ ରାଜ୍ୟ ର କିଛି ବ୍ୟକ୍ତି ସମ୍ପୃକ୍ତି ଥିବା ସନ୍ଧେହ କରାଯାଉଛି l ଏ ନେଇ ଅଧିକ ତଦନ୍ତ ଚାଲିଛି l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.