ବୌଦ୍ଧ :05/09.(ଚିତ୍ତ ରଂଜନ ସିଂ )
ସରକାର ମାତୃ ଗର୍ଭରୁ ଜନ୍ମ ଓ ଜନ୍ମ ରୁ ମୃତ୍ୟୁ ଓ ମୃତ୍ୟୁ ପରେ ମଧ୍ୟ ଅନ୍ତେଷ୍ଟି କ୍ରିୟା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ବହୁସ୍ଥାନରେ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଥିବା ଯୋଜନା ରୁ ବାଦ ପଡିବା ଘଟଣା ଦେଖିବାକୁ ମିଳିଛି l ଏଭଳି ଦୃଶ୍ୟ ଦେଖିବା କୁ ମିଳିଛି ହରଭଙ୍ଗା ବ୍ଲକ ପୁରୁଣା କଟକ ପଞ୍ଚାୟତର 5ନମ୍ବର ୱାର୍ଡ ପଂଠେଇ ସାହିର ରେଣୁ ବାଳା ପାତ୍ର ଙ୍କ ପରିବାର ରେ l ରେଣୁବାଳା ଙ୍କ ଅଭିଯୋଗ ଅନୁଯାଇ ସ୍ୱାମୀ ବର୍ଷ ବର୍ଷ ଧରି ବାହାରେ ରହୁଥିବା ବେଳେ ଘରକୁ ଠିକ ରେ ନଆସିବା ଏବଂ ପରିବାର କୌଣସି ସୁବିଧା ଅସୁବିଧା ପଚାରି ବୁଝୁନଥିବା ଅନ୍ୟପଟେ ଙ୍କ ତିନୋଟି ଝିଅମଧ୍ୟରୁ ଜଣେ ଝିଅ ଙ୍କୁ ବିବାହ କାର୍ଯ୍ୟ ସାରିଥିବା ବେଳେ ପାଖରେ ଆଉ ଦୁଇ ଝିଅ ସେଥିରୁ ଜଣେ ବିକଳାଙ୍ଗ ହୋଇ ଘରେ ପଡି ରହିଛି l ଏଭଳି ଅବସ୍ଥାରେ ଦୁଇ ଛୋଟ ଝିଅ ଙ୍କୁ ନେଇ ଏକାକୀ ରହୁଥିବା ଏବଂ ସେ ଭୂମି ହିନ ହୋଇଥିବା ହେତୁ ଆଜି ପର୍ଯ୍ୟନ୍ତ ନିଜର କୌଣସି ଜମି ପଟା ନଥିବାରୁ ମୋ ଘର ଯୋଜନା ରୁ ବଞ୍ଚିତ l ଭଙ୍ଗା ଦଦରା ଘରେ ପରିବାର ଧରି ରହୁଥିବା ବେଳେ ରାସନ କାର୍ଡ ଖଣ୍ଡିଏ ମଧ୍ୟ ନାହିଁ ଯାହାକି ପରିବାର ଚଳିବା କଷ୍ଟକର ହୋଇପଡୁଥିବା ନେଇ ଗଣମାଧ୍ୟମ ଆଗରେ ରେଣୁବାଳା ପ୍ରକାଶ କରିଛନ୍ତି l ଏନେଇ ସ୍ଥାନୀୟ ସରପଞ୍ଚ ଅଶୋକ ସେଠି ଙ୍କୁ ପଚାରିବାରୁ ମୁଁ ଘଟଣା କୁ ନେଇ ଉକ୍ତ ମହିଳା ଙ୍କ ଘରକୁ ଯାଇ ସମସ୍ୟା ଉପରେପଚାରି ବୁଝିବା ସହ ତାଙ୍କୁ ଏକ ତୁରନ୍ତ ଚାଉଳ କାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ l ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧରଣ ରେ ଦାବି ହେଉଛି l


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ