ବୌଦ୍ଧ,,କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି ।ସୂଚନା ଅନୁସାରେ, କଣ୍ଟାମାଳ ଅବକାରୀ ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଥାନା ସୁଲିଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲଲା । ଉକ୍ତ ରାସ୍ତାରେ ଯାଉଥିବା ଏକ ବାଇକ୍ କୁ ସନ୍ଦେହରେ ଅବକାରୀ କର୍ମଚାରୀ ଅଟକାଇ ଥିଲେ ।ହେଲେ ଅବକାରୀ କର୍ମଚାରୀଙ୍କୁ ଦେଖି ଗଞ୍ଜେଇ ମାଫିଆ ବାଇକ୍ ଛାଡ଼ି ଫେରାର ହୋଇଥିବା ବେଳେ ଚାଲାଣରେ ବ୍ୟବହୃତ ହିରୋ ଡିଲକ୍ସ ବାଇକ୍( ଓଡ଼ି ୩୧ଏ ୦୫୧୯) ସହ ଗଞ୍ଜେଇକୁ ଜବତ୍ କରିଛି । ଜବତ୍ ଗଞ୍ଜେଇକୁ କାର୍ଯ୍ୟଳୟକୁ ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରା ଯାଇଥିବା ବେଳେ ଏହାର ଓଜନ ୩୧କେଜି ହୋଇଥିବା ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ ଥାନାରେ ୭୪/୨୩ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।ରିପୋର୍ଟ, ଚିତ୍ତରଞ୍ଜନ ସିଂହ, ବୌଦ୍ଧ
ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଗଞ୍ଜେଇ ଜବତ,ମାଫିଆ ଫେରାର l


More Stories
ଖଣି ଖାଲରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର l
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
Prof. Dr. Sanatan Behera caught taking bribe in vigilance net