ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ଦୁଇ ଦେଶୀ ବନ୍ଧୁକ ସହ ଗୋଟିଏ ଟାଙ୍ଗୀ, ବଜ୍ରକାପ୍ତା କାତି ଓ ଶିକାର ବ୍ୟବହୃତ ସାମଗ୍ରୀ ଜବଦ. ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର କୁସଙ୍ଗ ରେଞ୍ଜ ଶ୍ରୀ ପାଜୁ ସେକକ୍ସନ ଅନ୍ତର୍ଗତ ପଦ୍ମତୋଳା ବିଟ ପଦ୍ମତୋଳା ଗ୍ରାମର ଉତ୍ତମ ପ୍ରଧାନ (60)ଓ ତାଙ୍କ ଝିଅ ସାବିତ୍ରୀ ମାଝୀ (35)ଙ୍କୁ ମଙ୍ଗଳବାର ଦିନ ଭୋର ସକାଳୁ ବନ୍ୟ ପ୍ରାଣୀ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ସମେତ ଫୋରେଷ୍ଟର ଶ୍ରୀକାନ୍ତ ଗୁରୁ, କାଳନ୍ଦୀ ସାଥୁଆ ଓ ସ୍କୁଆଡ଼ କର୍ମଚାରୀ ଙ୍କ ମିଳିତ ରେ ବନ୍ୟଜନ୍ତୁ ଶିକାର ରେ ସାମିଲ ଥିବା ନେଇ ସର୍ଚ୍ଚ ଅପରେସନ ଗିରଫ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ! ମିଳିଥିବା ସୂଚନା ଅନୁଯାଇ ସର୍ଚ୍ଚ ଅପରେସନ ସମୟରେ ଶିକାରୀ ଘରୁ ଗୋଟିଏ ଦେଶୀ ବନ୍ଧୁକ, ଶିକାର ରେ ବ୍ୟବହୃତ ଏକ ଟାଙ୍ଗୀ, ବିଷାକ୍ତ ଗୋଳା, ଫାଶ, ବଜ୍ରକାପ୍ତା କାତି ଜବଦ କରାଯାଇଥିଲା !

ଦୁଇ ଅଭିଯୁକ୍ତ ଙ୍କ ନାମ ରେ ଏକ ମାମଲା ୠଜୁକରି ଚାରିଛକ କୋର୍ଟ ଚାଲାଣ ହୋଇଥିବା ବନ୍ୟ ପ୍ରାଣୀ DFO ଫାଲ୍ଗୁନୀ ସାରଥୀ ମଲ୍ଲିକ ସୂଚନା ଦେଇଛନ୍ତି !ଅନ୍ୟପଟେ ଗୋଟିଏ ଦିନରେ କୁସଙ୍ଗ ରେଞ୍ଜ ଅଂଚଳର 3ଜଣ ଶିକାରୀ ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ରେଞ୍ଜ ଅଞ୍ଚଳରେ ଶିକାର କରୁଥିବା ସମୟରେ କୌଣସି ମତେ ଖବର ପାଇ ଉକ୍ତ ରେଞ୍ଜ ଅଧିକାରୀ ଓ ସଦଳଦଳ ଉଦ୍ୟମ ରେ 3ଶିକାରୀ ବିଭାଗ ହାବୁଡ଼ରେ ପଡ଼ିଥିଲେ l ଶିକାରୀ ଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଫାସ ଜବତ କରି ବିଭାଗ ଅଭିଯୁକ୍ତ ଶିକାରୀ ଙ୍କୁ ପ୍ରଥମେ ଵାଣିଗୋଚ୍ଛା (ପୂର୍ବ )ବନ୍ୟପ୍ରାଣୀ ବନାଞ୍ଚଳ କୁଆଁରିଆ ରେଞ୍ଜ କାର୍ଯ୍ୟାଳୟ କୁ ଆଣି ଡି ଏଫ ଓ ଙ୍କ ର ଦୀର୍ଘ 3ଘଣ୍ଟା ର ଜେରା ପରେ ଶିକାରୀଙ୍କ ପାଖରୁ ସମସ୍ତ ତଥ୍ୟ ମିଳିଥିଲା ଏବଂ ଚାମୁଣ୍ଡିଆ ରେଞ୍ଜ 3ଜଣ ଶିକାରୀଙ୍କୁ ଦଶପଲ୍ଲା କୋର୍ଟ କୁ ଚାଲାଣ କରିଥିବା ବେଳେ କୁସଙ୍ଗ ରେଞ୍ଜ ରୁ ଦୁଇ ଅଭିଯୁକ୍ତ ଙ୍କୁ ଚାରିଛକ କୋର୍ଟ କୁ ପଠାଇ ଦେଇଥିବା ନେଇ ମହାନଦୀ ବନ୍ୟ ଖଣ୍ଡ ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଥିବା ଜଣାପଡିଛି l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.