ରିପୋର୍ଟର :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି:୦୬/୦ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପାଟଖଲିଆ ଗ୍ରାମ ପଞ୍ଚାୟତର ବୋଦଳିପାଣି ଗ୍ରାମ ର ଅମୃତ କୋଳି ନାମକ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ପରିଚୟ ଦେଇ ବହୁଦିନରୁ ବେଆଇନ ଭାବେ ଡାକ୍ତରୀ କାମ କରି ଆସୁଥିଲେ ।ସୂଚନା ଅନୁଯାୟୀ ୪ତାରିଖ ଦିନ ଝରିଗାଁ ପଞ୍ଚାୟତ ଅଧିନରେ ଥିବା କର୍ଲାପଡ଼ା ଗ୍ରାମରେ କିଛି ରୋଗୀଙ୍କୁ ଚିକିତ୍ସା କରୁଥିଲେ।ଓ ସେତିକି ବେଳେ ଗ୍ରାମବାସୀ ଏ ଜଣେ ନକଲି ଡାକ୍ତର ବୋଲି ସଂଧେହ କରି ଝରିଗାଁ ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ଝରିଗାଁ ଥାନା ଏସ ଆଇ ପ୍ରମୋଦ କୁମାର ଖଣ୍ଡୁଆଲ, ଏସ ଆଇ ଉମାକାନ୍ତ ସାହୁ ଉକ୍ତ ଗ୍ରାମକୁ ପହଞ୍ଚି ନକଲି ଡାକ୍ତର କୁ କାବୁ କରିଥିଲେ।ଏଥିସହ ତାଙ୍କ ଠାରୁ କିଛି ଔଷଧ ସହ ରକ୍ତଚାପ ମାପିବା ଯନ୍ତ୍ର ସ୍ତସ୍ଥୋସ୍କୋପ ଭଳି ଅନେକ ସାମଗ୍ରୀ ଜବତ କରାଯାଇଥିଲେ ।ଅମୃତ ଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ପରେ ଗତ ଦିନରେ ସେ କୌଣସି ଏକ ଡାକ୍ତରଙ୍କ ନିକଟରେ କିଛିମାସ କାମ କରିବା ପରେ ଗାଁ ଗାଁ ବୁଲି ରୋଗୀ ସେବା କରୁଥିବା ନେଇ କହିଥିବା ପୋଲିସ ସୂଚନା ଦେଇଛି। ଏ ନେଇ ଝରିଗାଁ ଥାନାରେ କେଶ୍ ନମ୍ବର -୧୬୯/୨୩ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅମୃତ କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।ଏମିତି ଅନେକ ନକଲି ଡାକ୍ତର ଆମ ଚନ୍ଦାହାଣ୍ଡି ଅଞ୍ଚଳରେ ଘର ଘର ବୁଲୁଛନ୍ତି ଟଙ୍କା ରୋଜଗାର କରିବା ଲାଳସାରେ ଓ ନିରୀହ ଖଟିଖିଆ ଗରିବ ଲୋକଙ୍କୁ ଲୁଟୁଛନ୍ତି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେଇ ନକଲି ଡାକ୍ତର ଙ୍କୁ ଚି଼ହ୍ନଟ କରି ବାହାର କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.