ବୌଦ୍ଧ,,( ଚିତ୍ତରଞ୍ଜନ ସିଂହ ),. ତିନି ମାସର ରାସନ ଚାଉଳ ନ ପାଇବାରୁ ରାଜରାସ୍ତା ରୋକ କଲେ ଦୁଇ ଗ୍ରାମବାସୀ l ପରେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପ୍ରତିଶୃତି ପରେ ରାଜରାସ୍ତା ସ୍ୱାଭାବିକ ହୋଇଥିବା ଜଣାପଡିଛି l ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ପଞ୍ଚାୟତ ର ନୂଆପଡା ଓ ବାଲିପୁର ଦୁଇ ଗ୍ରାମବାସୀଙ୍କ ପଞ୍ଚାୟତ ର ଅନ୍ୟ ସବୁ ଗ୍ରାମକୁ ସରକାରଙ୍କ ମାଗଣା ଚାଉଳ ତିନି ମାସର ଦେଇଥିବା ବେଳେ ଉକ୍ତ ଦୁଇଟି ଗାଁ ଏଥିରୁ ବାଦ ପଡିଛନ୍ତି!ବାରମ୍ବାର ପଞ୍ଚାୟତ କୁ ଯାଇ ଚଳିତ ବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ର ଚାଉଳ ନ ପାଇ ନିରାଶ ହୋଇ ଫେରି ଥିଲେ ଏବଂ ଘଟଣା କୁ ନେଇ ସ୍ଥନୀୟ ସରପଞ୍ଚ ଙ୍କୁ ଅଭିଯୋଗ ପରେ ମୁଁ ଚାଉଳ ଦେବିନି ମୋର କଣ କରିବ କର ବୋଲି ଓଲଟା ସରପଞ୍ଚ ଧମକ ଦେବାରୁ ବୁଧବାର ଦିନ ବାଧ୍ୟ ହୋଇ ନୂଆପଡା ଓ ବାଲିପୁର ର ପ୍ରାୟ 130ଜଣ ରାସନ କାର୍ଡ ଧାରୀ ଚାଉଳ ପାଇନଥିବା ପ୍ରତିବାଦ ରେ ରାସନ କାର୍ଡ କୁ ହାତରେ ଧରି ନୂଆପଡା ଛକ ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ଅବରୋଧ କରିବା ସହିତ ସରପଞ୍ଚ ଙ୍କ ଦବଙ୍ଗ ଗିରି ଚଳିବ ନାହିଁ ଏବଂ ଚାଉଳ ନପାଇବା ପର୍ଯ୍ୟନ୍ତ ରାସ୍ତାରୁ ନ ଉଠିବାର ନାରା ଦେଇଥିଲେ l ଏହି ପ୍ରତିବାଦ ରେ ରାଜ ରାସ୍ତା ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା
ଘଟଣା ଟି ପ୍ରଘଟ ପରେ ବୌଦ୍ଧ ପିସିଆର ପହଂଚି ରାସ୍ତାରୋକ କୁ ଏଡାଇବାରେ ଅକ୍ଷମ ହେବାରୁ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାଏକ ପହଂଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ଆସନ୍ତା କlଲି ଚାଉଳ ରୁ ବଞ୍ଚିତ ହିତାଧିକାରୀକୁ ଚାଉଳ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ଓ ଜାତୀୟ ରାଜପଥ ସୋଭାବିକ ହୋଇଥିଲା l କିନ୍ତୁ ଏଠାରେ ଆଉ ଏକ ଗୁମର ଉଠୁଛି ଯେ ଦୀର୍ଘ 6ମାସ ଧରି ଉକ୍ତ ପଞ୍ଚାୟତରେ ଯୋଗାଣ ସହାୟକ ନ ଥିବାରୁ ନିଜେ ସରପଞ୍ଚ ପଂଚାୟତ କୁ ଅସୁଥୁବା ସମସ୍ତ ରାସନ ଦେଉଥିବା ଓ ହିତାଧିକାରୀକୁ ଉତ୍ତମ ବ୍ୟବହାର ନ ଦେଖାଉଥିବାର ମଧ୍ୟ ଅଭିଯୋଗ ହୋଇଛି l ଘଟଣା କୁ ନେଇ ସ୍ଥାନୀୟ ସରପଞ୍ଚ ଚନ୍ଦନା ଙ୍କୁକେତେକ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ପିଡ଼ିଏସ ଚାଉଳ କୁ ହିତାଧିକାରୀ ଙ୍କୁ ବଣ୍ଟନ କରିବା ଦାୟିତ୍ୱ ପିଇଓ ଓ ଯୋଗାଣ ସହାୟକଙ୍କ ର l 9ମାସ ହେଲା ଏଠାରେ ଯୋଗାଣ ସହାୟକ ପଦବୀ ନାହାନ୍ତି,ଯାହା ଫଳରେ ପିଇଓ ଓ ସରପଞ୍ଚ ଙ୍କ ତତ୍ୱାବଧାନ ରେ ସମସ୍ତ ହିତାଧିକାରୀ ଙ୍କୁ ସୁରୁଖୁରୁ ଭାବରେ ପିଡ଼ିଏସ ଯୋଗାଇ ଦିଆଯାଉଥିଲା l କିନ୍ତୁ ବର୍ତ୍ତମାନ ପଞ୍ଚାୟତ ରେ ନୂତନ ଭାବେ ଯୋଗ ଦେଇଥିବା ପିଈଓ ପିଡ଼ିଏସ ଦାୟିତ୍ୱ ନେଇଛନ୍ତି l ଚଳିତ ମାସ କେତେ ଚାଉଳ ଉଠିଛି ତାର ହିସାବ ମତେ ଦେଇନାହାନ୍ତି ଏବଂ କୌଣସି ହିତାଧିକାରୀଙ୍କୁ ହଇରାଣ କରାଯାଇ ନାହିଁ ବୋଲି ସରପଞ୍ଚ ନିଜର ମତ ରଖିଥିଲେ l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.