(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
ଆଙ୍କର:ନିମ୍ନ ମାନର ରାସ୍ତା ନିର୍ମାଣ ହୋଇଥିବାରୁ ଲଗାଣ ବର୍ଷାରେ ରାସ୍ତା ଫାଟିବା ସହିତ ରାସ୍ତା ଧୋଇହେଇଥିବା ଦେଖିବାକୁ ମିଳିଛି ।ଏଭଳି ଅନିୟମିତତା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା 59 ନଂ ଜାତୀୟ ରାଜପଥ ଠାରୁ ଭୟା ଟଙ୍ଗମ କୁ ଯିବା ରାସ୍ତା ।ଗ୍ରାମ୍ୟ ସଡ଼କ ଯୋଜନା ପକ୍ଷରୁ 10 କିମି ରାସ୍ତା ନିର୍ମାଣ ପାଇଁ ସରକାର ନଅ କୋଟି କୋଟି 65 ଲକ୍ଷ ଅନୁମୋଦନ କରିଛନ୍ତି ।ହେଲେ ସେହି ରାସ୍ତା ନିର୍ମାଣ କରୁଥିବା ଠିକାଦାର ନିମ୍ନ ମାନର ରାସ୍ତା ନିର୍ମାଣ କାମ କରି ନିଜେ ଲାଭବାନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମଧ୍ୟ ଅନ୍ୟ ପକ୍ଷରେ ଯଦି କହିବା ତେବେ ବିଭଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଏକ ମଧୁଚନ୍ଦ୍ରିକା ଚାଲିଥିବା ବେଳେ ଗ୍ରାମ୍ୟ ସଡ଼କ ଉନ୍ନୟନ ଅଧିକାରୀ ମଧ୍ୟ ସବୁ ଜାଣି କିଛି ନଜାଣିବା ଭଳି ଅଭିନୟ କରୁଛନ୍ତି ।ସେହି ରାସ୍ତାର ନିର୍ମାଣ ହୋଇଥିବା ପୋଲ ଲଗାଣ ବର୍ଷାରେ ଦବିବା ସହିତ ରାସ୍ତାର ଦୁଇ ପାର୍ଶ୍ଵରେ ମାଟି ଧୋଇହେଇଥିବା ଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଫାଟି ଧସିବାକୁ ଲାଗିଛି ।ଅଞ୍ଚଳବାସୀ ଏ ବାବଦରେ ଅଭିଯୋଗ କଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ପାଇ ପାରିନାହାନ୍ତି ।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.