ଭବାନୀପାଟଣା ଟାଉନ ହାଇସ୍କୁଲ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ଥରିୟ କୁଇଜ୍ ଓ ସାଧାରଣ ଜ୍ଞାନ ପରୀକ୍ଷାରେ ବେହେରା ଦନ୍ତେଶ୍ୱରି ଉଛ ବିଦ୍ୟାଳୟର ଦୁଇ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଵିତ୍ତୀୟ ଶିକ୍ଷା ଉପରେ ହୋଇଥିବା ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରୁ ଦୁଇଜଣ ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ ଧର୍ମଗଡ଼ ବ୍ଲକ୍ ଦନ୍ତେଶ୍ୱରି ଉଛ ବିଦ୍ୟାଳୟ ର ଦୁଇ ଛାତ୍ର ଉଭୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କୁଇଜ୍ ପ୍ରତିଯୋଗିତା ରେ ପୁଷ୍ପେନ୍ଦ୍ର ବାଣୁଆ ଓ ସାଧାରଣ ଜ୍ଞାନ ପରୀକ୍ଷାରେ ଥୟେଶ୍ୱର୍ ନାଏକ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର୍ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷା ବିଜ୍ଞାନ ନିରୀକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ,ଭବାନୀପାଟଣା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ, ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋରେଖ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ଆର୍ ବିଆଇ ଭୁବନେଶ୍ୱର ର ପ୍ରତିନିଧି ଅମିତ କୁମାର କ୍ୱିଚ ପରୀକ୍ଷା ପରିଚାଳନା କରିଥିଲ । କୃତି ଛାତ୍ର ଙ୍କ ସଫଳତା ରେ ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ,ଚକ୍ରଧର ବାରିକ, ଶଚିଦାନନ୍ଦ ଗୌଡ଼, ନରେନ୍ଦ୍ର ନାଏକ, ମୋନାଲିସ ନାଏକ, ଚନ୍ଦନ ରାଉତ ସମସ୍ତ ଶିକ୍ଷକ ତଥା ଅଞ୍ଚଳବାସୀ ପ୍ରଶଂସା କରିବା ସହ ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ପାଇଁ କାମନା କରିଛନ୍ତି ।


More Stories
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।