ରିପୋର୍ଟ :ଫିଲିପ କୁମାର ଦିଗାଲ.
ବାଲିଗୁଡା :ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆଜି ବାଲିଗୁଡା ଉପଖଣ୍ଡ କୁ ପରିଦର୍ଶନ କରିଥିଲେ ମୁଖ୍ୟ 5T ସଚିବ ଭି କେ ପାଣ୍ଡିଆନ ।ସର୍ବ ପ୍ରଥମେ ବାଲିଗୁଡ଼ା ଠାରେ ସ୍ଥାପିତ ଅଧିଷ୍ଠିତ ମା ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।ଏହା ପରେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ କେନ୍ଦ୍ର ପରିଦର୍ଶନ କରି 5T ରେ ଅନ୍ତର୍ଭୁକ୍ତ କରିବା ସହିତ ଚିକିତ୍ସାଲୟରେ ଥିବା ମା ଶିଶୁ ନିମନ୍ତେ ସ୍ୱତନ୍ତ୍ର କକ୍ଷ ଗୃହ ନିମନ୍ତେ ଦୁଇ କୋଟି ଅର୍ଥ ରାଶି ଘୋଷଣା କରିଥିଲେ

5T ସଚିବ ଙ୍କୁ ଗ୍ରାମ ପଞ୍ଚାୟତ ର ସମସ୍ୟା ଗୁଡ଼ି କ ଜଣାଇବା ନିମନ୍ତେ କୋଟଗଡ଼ ବ୍ଲକ, ତୁମୁଡ଼ିବନ୍ଧ ବ୍ଲକ,କେ ନୂଆଗାଁ ବ୍ଲକ ।ବାଲିଗୁଡ଼ା ବ୍ଲକ ଏହିପରି 4 ଗୋଟି ବ୍ଲକ ମିଶନ ଶକ୍ତି ମହିଳା ମାନଙ୍କ ସହିତ ପୁରୁଷ ମଧ୍ୟ ନିଜ ନିଜ ଗ୍ରାମର ସମସ୍ୟା ଜଣାଇ ଛନ୍ତି ତା ପରେ ସେ ବାଲିଗୁଡ଼ା ମିନି ଷ୍ଟାଡିୟମକୁ ଯାଇ ମିଶନ ଶକ୍ତିର ଏସ୍ଏଚ ଜି ଗ୍ରୁପ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତ ସମ୍ପର୍କରେ ଆଲୋଚନା କରିଥିଲେ ।ବାଲିଗୁଡ଼ା ଉପଖଣ୍ଡ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଗ୍ରହଣ କରିବା ସହିତ ଅଞ୍ଚଳରେ ସମସ୍ୟା ଗୁଡିକ ନିଶ୍ଚିତ ଆଲୋଚନା ଭୁକ୍ତ ପୂର୍ବକ ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ତା ପରେ ହେଲିକପ୍ଟର ଯୋଗେ ଦାରିଙ୍ଗବାଡ଼ି ଅଭିମୁଖେ ଯାତ୍ରା କରିଥିବା ଦେଖିବାକୁ ମିଳିଛି ।


More Stories
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।