( ବିୟୁରୋ ରିପୋର୍ଟ )
ଆଜି ଅପରାହ୍ଣରେ ବିଜେପି ନିଜର ଅସ୍ଥିତ୍ଵ ବଦଳାଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ପୂର୍ବରୁ ଥିବା ଉପସଭାପତି, ସାଧାରଣ ସମ୍ପାଦକ , ସମ୍ପାଦକ ଏବଂ ବିଭିନ୍ନ ମୋର୍ଚ୍ଚା ର ସଭାପତିଙ୍କୁ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି। ଏଇଥର ପରିବର୍ତ୍ତନ ତାଲିକାରେ ନୂଆ କରି ଭୁବନେଶ୍ଵର ସାଂସଦ ଶ୍ରୀମତି ଅପରାଜିତାଙ୍କୁ ଉପ ସଭାପତି ପଦରେ ସ୍ଥାନିତ କରାଯାଇଛି। ତାଲିକାରେ ୧୦ ଜଣ ଉପସଭାପତି , ୫ଜଣ ସାଧାରଣ ସମ୍ପାଦକ , ୧୦ ସମ୍ପାଦକ ଏବଂ ୬ଜଣ ବିଭିନ୍ନ ମୋର୍ଚ୍ଚାର ସଭାପତି ପଦରେ ସ୍ଥାନିତ କରାଯାଇଛି। ଏହାରି ଭିତରେ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ତାଙ୍କ ପଦରୁ ବିଦା କରାଯାଇଛି। ଆଗାମୀ ଦିନରେ ବିଜେପି ଏବଂ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ କଣ ଆଭିମୂଖ୍ୟ ରହୁଚି ତାହା ଦେଖିବା ବାକି ରହିଲା ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ