ରିପୋର୍ଟ :ଅର୍ଚନା ଦଳେଇ.ଭୁବନେଶ୍ୱର
ଭୁବନେଶ୍ୱର: ଆଜି ତା.୧୭.୦୬.୨୦୨୩ରିଖ ଅପରାହ୍ନରେ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ *ପ୍ରଫେସର ଗଣେଶୀ ଲାଲ* ଙ୍କୁ ଓଡିଶାର ବିଶିଷ୍ଟ ଖ୍ୟାତି ସମ୍ପନ୍ନ *ଡାକ୍ତର କାଶୀନାଥ ନାୟକ* ତାଙ୍କ ଆତ୍ମ ଜୀବନୀ ‘My Self and The World’ ଏବଂ ଗ୍ରାମ୍ୟ ଜୀବନ ଉପରେ ଆଧାରିତ My Village Life and Beyond ପୁସ୍ତକ ଦ୍ବୟକୁ ଅର୍ପଣ କରିଛନ୍ତି l ଡାକ୍ତର ନାୟକଙ୍କ ଧର୍ମ ପତ୍ନୀ *ଡାକ୍ତର କବିତା ନାୟକ* ମହାମହିମ ରାଜ୍ୟପାଳଙ୍କୁ ସର୍ବପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ଲେଖକ ଡାକ୍ତର ନାୟକ ଉତ୍ତରୀୟ ଦେଇ ସମ୍ମାନ ଜଣାଇ ଥିଲେ l ଏହି ଅବସରରେ ପୁସ୍ତକର ପ୍ରକାଶକ ତଥା ସମୀକ୍ଷାର ସମ୍ପାଦକ *ଡ଼ଃ ମହେଶ୍ୱର* ଉପସ୍ଥିତ ରହି ପୁସ୍ତକ ଦ୍ୱୟ ଅର୍ପଣ କାର୍ଯ୍ୟକ୍ରମରେ ସହାୟତା କରିଥିଲେ l
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ତଥା ବିଶିଷ୍ଟ ଲେଖକ *ଶ୍ରୀଯୁକ୍ତ ରକ୍ଷକ ନାୟକ* ଉପସ୍ଥିତ ଥିଲେ l


More Stories
హైదరాబాద్ మహిళా ఐపీఎస్ బడుగుల సుమతి, యావత్ దేశ పోలీసులకు ఒక గొప్ప మంత్రాన్ని అందించారు.
ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍: ମାଷ୍ଟରମାଇଣ୍ଡ ପୁଣେର ଜୀବବିଜ୍ଞାନ ଅଧ୍ୟାପିକା ମନୀଷା ମନ୍ଧାରେ ଗିରଫ।
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି