ବ୍ୟୁରୋ ରିପୋର୍ଟ
ଖୋର୍ଦ୍ଧା:(ଆମ ଓଡ଼ିଶା ଖବର )ପୁଅ ଅବାଟରେ ଯିବା ଯୋଗୁଁ ବାପା ଦୁଇ-ଚାରି ପଦ କଟୁ କଥା କହିଲେ । ବାସ୍ ବାପାର ଏହି କଟୁ-କଥା କୁ ସହ୍ୟ ନାକରି ପୁଅ , ଆଉ ଶେଷରେ ଜୀବନ ହାରିଦେଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ସିଙ୍ଗରମା-ଗୋଡିସାହି ଗ୍ରାମରେ ଘଟିଛି । ଆଜକୁ ୩ ଦିନ ପୂର୍ବେ ଟାଙ୍ଗୀ ବ୍ଲକ ଅଧିନସ୍ଥ ରାମଚନ୍ଦ୍ରପୁର ପଞ୍ଚାୟତ ସିଙ୍ଗରମା-ଗୋଡିସାହି ଗ୍ରାମର ଖୋକନ ଭୋଳ ଙ୍କ ପୁଅ ବବୁଲ୍ ବୟସ ( ୧୪ ) ଘରକୁ ରାସନ ସାମଗ୍ରୀ ଆଣିବା ପାଇଁ କିଛି ଟଙ୍କା ଦେଇଥିଲେ.
ହେଲେ ବବୁଲ୍ ଘରକୁ ରାସନ ସାମଗ୍ରୀ ଆଣିବା ପରିବର୍ତ୍ତେ ସାଙ୍ଗ ମାନଙ୍କ ଙ୍କ ସହିତ ଭୋଜିଭାତରେ ଖର୍ଚ୍ଚ କରିଦେଲେ , ଏକଥା ବାପା ଜାଣିବା ପରେ ବବୁଲ୍ କୁ ତାଗିଦ୍ କରିବା ସହିତ ୨-୪ ପଦ କଟୁ-କଥା କହିଲେ ବାପା ( ଖୋକନ ଭୋଳ ) ବାସ୍ ଏତିକିରେ ରାଗିଯାଇ ବବୁଲ୍ ଘରୁ ହଟାତ ନିଖୋଜ ହୋଇଗଲା , ଆଜି ବବୁଲ୍ ର ମୃତ ଦେହ ପଟିଆ-ମାଳ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଛି । ବବୁଲ୍ ସେହି ଜଙ୍ଗଲ ମଧ୍ୟରେ ଥିବା ଏକ ଗଛରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ଚାନ୍ଦପୁର ଥାନା ପୋଲିସ ମୃତ ଦେହକୁ ଜବତ କରିଵା ସହିତ ତଦନ୍ତ ଆରମ୍ଭ କରିଛି ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।