ବ୍ୟୁରୋ ରିପୋର୍ଟ
ଖୋର୍ଦ୍ଧା:(ଆମ ଓଡ଼ିଶା ଖବର )ପୁଅ ଅବାଟରେ ଯିବା ଯୋଗୁଁ ବାପା ଦୁଇ-ଚାରି ପଦ କଟୁ କଥା କହିଲେ । ବାସ୍ ବାପାର ଏହି କଟୁ-କଥା କୁ ସହ୍ୟ ନାକରି ପୁଅ , ଆଉ ଶେଷରେ ଜୀବନ ହାରିଦେଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ସିଙ୍ଗରମା-ଗୋଡିସାହି ଗ୍ରାମରେ ଘଟିଛି । ଆଜକୁ ୩ ଦିନ ପୂର୍ବେ ଟାଙ୍ଗୀ ବ୍ଲକ ଅଧିନସ୍ଥ ରାମଚନ୍ଦ୍ରପୁର ପଞ୍ଚାୟତ ସିଙ୍ଗରମା-ଗୋଡିସାହି ଗ୍ରାମର ଖୋକନ ଭୋଳ ଙ୍କ ପୁଅ ବବୁଲ୍ ବୟସ ( ୧୪ ) ଘରକୁ ରାସନ ସାମଗ୍ରୀ ଆଣିବା ପାଇଁ କିଛି ଟଙ୍କା ଦେଇଥିଲେ.
ହେଲେ ବବୁଲ୍ ଘରକୁ ରାସନ ସାମଗ୍ରୀ ଆଣିବା ପରିବର୍ତ୍ତେ ସାଙ୍ଗ ମାନଙ୍କ ଙ୍କ ସହିତ ଭୋଜିଭାତରେ ଖର୍ଚ୍ଚ କରିଦେଲେ , ଏକଥା ବାପା ଜାଣିବା ପରେ ବବୁଲ୍ କୁ ତାଗିଦ୍ କରିବା ସହିତ ୨-୪ ପଦ କଟୁ-କଥା କହିଲେ ବାପା ( ଖୋକନ ଭୋଳ ) ବାସ୍ ଏତିକିରେ ରାଗିଯାଇ ବବୁଲ୍ ଘରୁ ହଟାତ ନିଖୋଜ ହୋଇଗଲା , ଆଜି ବବୁଲ୍ ର ମୃତ ଦେହ ପଟିଆ-ମାଳ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଛି । ବବୁଲ୍ ସେହି ଜଙ୍ଗଲ ମଧ୍ୟରେ ଥିବା ଏକ ଗଛରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ଚାନ୍ଦପୁର ଥାନା ପୋଲିସ ମୃତ ଦେହକୁ ଜବତ କରିଵା ସହିତ ତଦନ୍ତ ଆରମ୍ଭ କରିଛି ।
More Stories
ମେ ୯ରୁ ୧୨ ପିଚୁକୁଳି ଲୋକ ଉତ୍ସବର ପ୍ରସ୍ତୁତି ବୈଠକ (ଫଟୋ ଅଛି)
ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଓଡ଼ିଆ ଯୁବକଙ୍କ ସମେତ ୨୬ ପର୍ଯ୍ୟଟକ ମୃତ।
ତାପଙ୍ଗ ବିନାୟକ ପବ୍ଲିକ୍ ସ୍କୁଲ ୨୩ତମ ବାର୍ଷିକ ଉତ୍ସବ