ଖୋରଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ସୁନ୍ଦରପୁର କଲୋନୀ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଲଳିତ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସଭାରେ ସ୍କୁଲ ପରିଚାଳନା କମିଟି ସଦସ୍ୟ ରିତୁ ମଣ୍ଡଳ , ଅସୀମା ପରମାଣିକ , ତୁଳସୀ ବିଶ୍ୱାସ , ତାପସୀ ହାଲଦାର ପ୍ରମୁଖ ଅତିଥିରୂପେ ଯୋଗଦେଇ ଶିଶୁମାନେ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ପରିବେଶ କୁ ପରିଷ୍କାର ରଖିବା ପାଇଁ ଶିକ୍ଷକ ଅଭିଭାବକ ସମସ୍ତେ ଯତ୍ନବାନ ହୋଇ ସ୍ୱଚ୍ଛତା କୁ ସେବାରୂପେ ଗ୍ରହଣ କଲେ ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ମତ ରଖିଥିଲେ । ସମସ୍ତ ଛାତ୍ର ଛାତ୍ରୀ ଶପଥପାଠ କରିବା ପରେ ପ୍ଲା-କାର୍ଡ ଧରି ଶୋଭାଯାତ୍ରା କରି ଜନ ସଚେତନତା କରିବା ପରେ ବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।
ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.