( ବିୟୁରୋ ରିପୋର୍ଟ )
ଚିଲିକା :ଦିନକୁ ଦିନ ଅଣଆୟତ ହେଲାଣି ଶିକ୍ଷକମାନଙ୍କ ଆନ୍ଦୋଳନ। ପ୍ରତିଦିନ ବିଭିନ୍ନ ବର୍ଗର ଶିକ୍ଷକମାନେ ରାଜ ରାସ୍ତାକୁ ଓହ୍ଲାଇ ନିଜର ହକ୍ ଜାହିର୍ ପାଇଁ ଅହୋରାତ୍ର ଆନ୍ଦୋଳନ ଚଳାଇଛନ୍ତି। ଏ ନେଇ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସେନ ପକ୍ଷରୁ ଚିଲିକା ବ୍ଲକ ଅଧିନସ୍ଥ ପ୍ରାଥମିକ ଶିଛକ ସଂଘର ବିଭିନ୍ନ ବର୍ଗର ଶହେରୁ ଉର୍ଦ୍ଧ୍ଵ ଶିକ୍ଷକମାନେ ୩ଦଫା ଦାବି ନେଇ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଲିକା ବିଇଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଂଘ ସଭାପତି ବିଦ୍ୟାଧର ପଟ୍ଟଯୋଶିଙ୍କ କହିବା ମୁତାବକ ଗତ ୨୦୨୨ ମସିହା ନଭେମ୍ବର ୨୭ତାରିଖରେ ରାଜ୍ୟର ଏକ ଲକ୍ଷରୁ ଉର୍ଦ୍ଧ୍ଵ ଶିକ୍ଷକମାନେ ତିନିଦଫା ଦାବି ନେଇ ତତ୍କାଳୀନ ମୂଖ୍ୟ ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୦୯ ସିଏସ୍ ୩୦/୧୧/୨୦୨୨ ଅନୁଯାୟୀ ଶିକ୍ଷକମାନଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରି ସମସ୍ତ ଦାବି ଗୁଡିକ ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲାନାହିଁ।
ଦାବି ଗୁଡିକ ଯଥାକ୍ରମେ ରାଜ୍ୟ ସରକାର ଠିକା ନିଯୁକ୍ତି ପ୍ରତ୍ୟାହାର କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ନିୟମିତ କରିବା ସହ ଶିକ୍ଷା କର୍ମୀ ଏବଂ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ କେନ୍ଦ୍ରୀୟ ଇନକ୍ରିମେଣ୍ଟ୍ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ , କଳା ଓ କ୍ରୀଡା ଶିକ୍ଷକର ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ।
ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାର ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ) ପ୍ରଦାନ କରାଯାଉ। ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୂନଃ ପ୍ରଚଳନ କରାଯାଉ।
ଏହି ଦାବୀ ଗୁଡିକ ଯଦି ସରକାର ନ ମାନନ୍ତି ତେବେ ସମୁହ ଶିକ୍ଷକ ଆସନ୍ତା ଅଗଷ୍ଟ ମାସ ୧୬ତାରିଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ନେଇ ସଂଘ ସଭାପତି ବିଦ୍ୟାଧର ପଟ୍ଟଯୋଶି ଚେତବନୀ ଦେଇଛନ୍ତି।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ