ରିପୋର୍ଟ :ଦିଲିପ ଦୁରିଆ,ଧର୍ମଗଡ
ଧର୍ମଗଡ଼ :ପୁଣି ଗର୍ଜିଲା ଧର୍ମଗଡ଼ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ।ଶନିବାର ଦିନ ବିକ୍ଷୋଭ ପ୍ରଦର୍ଶନ କରବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମାଧ୍ୟମରେ ଏକ ତିନି ଦଫା ଦାବି ପ୍ରେରଣା କରିଛି।ଧର୍ମଗଡ଼ ଭଣ୍ଡାର ଘରୁଆଣି ମନ୍ଦିର ଠାରୁ ଏକ ରେଲି ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଠାରେ ପହଞ୍ଚି ସେଠାରେ ସଂଘ ର ନେତୃବୃନ୍ଦ ନିଜ ଅଭିଭାଷଣ ରଖିଥିବା ବେଳେ ସରକାର ଙ୍କ ଅବହେଳିତ ଅହେତୁକ ନୀତି କୁ ଘୋର ବିରୋଧ।କରିଥିଲେ।ବାରମ୍ବାର ଶିକ୍ଷକ ଙ୍କ ଦାବି କୁ ସରକାର ପ୍ରତ୍ୟାଖାନ କରୁଥିବା ନେଇ ଘୋର କ୍ଷୁବ୍ଧ ପ୍ରକାଶ କରିଥିଲେ।

ତେବେ ଏହି ତିନି ପ୍ରମୁଖ ଦାବି ମଧ୍ୟରେ ମାନ୍ୟବାର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତିଉଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ଙ୍କ ଠିକା କାର୍ଯ୍ୟକଳାପ କୁ ନୋସନାଲ ଇନକ୍ରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ ଙ୍କୁ କ୍ୟାଡର ଭୁକ୍ତ କରିବା, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ ,ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା କୁ ପୁନଃ ପ୍ରଚଳନ କରିବା ଇତ୍ୟାଦି ଉଲ୍ଲେଖ ରହିଛି।ଏସବୁ ଦାବି ଗୁଡିକୁ ସରକାର ପୂରଣ ନ କଲେ ଆଗାମୀ ଅଗଷ୍ଟ ୧୬ରୁ ଭୁବନେଶ୍ୱର ଠାରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ