ଧର୍ମଗଡ଼:ଧର୍ମଗଡ଼ ଥାନା ବଞ୍ଜିପଦର୍ ଗ୍ରାମ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପରଦା ଫାର୍ସ କରିଛି କଳାହାଣ୍ଡି ପୋଲିସ। ଏନେଇ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ ପି ।

ସୂଚନା ଅନୁଯାୟୀ ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି ପଟେଲ ଉଭୟ ଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେଲା ପ୍ରେମ ସଂପର୍କ ଗଢି ଥିଲା। ଏହି ସମ୍ପର୍କ କୁ ନାବାଳକ ସୁନୀଲ ର ପରିବାର ସମର୍ଥନ ଦେଇ ଆସୁଥିବା ବେଳେ ପ୍ରେମୀଯୁଗଳ ସଂପର୍କ ରେ କାକା ଓ ଝିଆରୀ ହୋଇଥିବାରୁ ନାବାଳିକା ଜେମାମାଣି ଙ୍କ ପରିବାର ଏହି ସମ୍ପର୍କ କୁ ବିରୋଧ କରିଥିଲେ। ଗତ ୩୦.୬.୨୩ ତାରିଖ ଉଭୟ ଘର ଛାଡି ଚାଲି ଯାଇଥିଲେ।ଗାଁ ରୁ ବାହାରି ଉଭୟ ଗତାଗୁଡା ଗାଁ ପାଖରେ ଥିବା ଆଖୁ କିଆରୀରେ ଲୁଚି ରହିଥିଲେ।ନାବାଳିକା ଜେମାମାଣି ଙ୍କ ବାପା କନେଶ୍ୱର ପଟେଲ କୌଣସି ମତେ ଖବର ପାଇ ନାବାଳିକାର କାକା ଓ ଭେଣେଇ କୁ ସାଙ୍ଗରେ ନେଇ ପ୍ରେମୀ ଯୁଗଳ ଲୁଚି ରହିଥିବା ସ୍ଥାନରେ ପହଞ୍ଚି ପ୍ରେମୀ ଯୁଗଳଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ମୃତଦେହକୁ ସେଠାରେ ଏକ ଗଛ ରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥଲେ।

ଯେପରି କାହାର ସନ୍ଦେହ ନ ହେବ ସେଥିପାଇଁ ଗତ ଜୁଲାଇ ୨ତାରିଖ ଦିନ ନବଳିକାର ବାପା ଝିଅ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗ କୁ ଭିତ୍ତି କରି ତଦନ୍ତ କରିଥିଲା ଧର୍ମଗଡ଼ ଥାନା ପୋଲିସ।ପରେ କିଛି ଦିନ ବିତି ଯିବାରୁ ଗ୍ରାମ ନିକଟ ଏକ ନାଳ ପାଖରୁ କିଛି ଲୋକେ ପ୍ରେମିଯୁଗଲ ଙ୍କ ଗଳିତ ମୃତଦେହ ଦେଖି ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା।ପରେ ଉଭୟ ନାବାଳକ ଓ ନାବାଳିକାଙ୍କୁ ନାବାଳିକା ର ପରିବାର ଲୋକେ ହତ୍ୟା କରିଥିବା ନେଇ ସୁନୀଲ ଙ୍କ ବାପା ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ଆତ୍ମ ସମ୍ମାନ ବଞ୍ଚାଇବା ପାଇଁ ପ୍ରେମୀ ଯୁଗଳ ଙ୍କୁ ହତ୍ୟା କରିଥିବା ମାନି ଯାଇଥିଲେ ଅଭିଯୁକ୍ତ ମାନେ।
ପୋଲିସ ଘଟଣାରେ ସଂପୃକ୍ତ ନାବାଳିକାର ବାପା କୁ ପ୍ରଥମେ ଗିରଫ କରିବା ସହ ଭିଣୋଇ ଠନ ସୁନ୍ଦର ନାଏକ ଓ କାକା ଦେବାନନ୍ଦ ପଟେଲ କୁ ଗିରଫ କରା ଯାଇଥିବା ଆଜି ଭବାନୀପାଟଣା ଠାରେ ଏକ ପ୍ରେସମିଟ ରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଧର୍ମଗଡ ଥାନା ଅଧିକାରୀ ରୁନୁ ମାଝୀ ପ୍ରକାଶ କରିଛନ୍ତି।


More Stories
ଖଣି ଖାଲରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର l
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
Prof. Dr. Sanatan Behera caught taking bribe in vigilance net