କପିଳେଶ୍ୱର ସିଂହଙ୍କ ରିପୋର୍ଟ
ପୁଣି ମାତିଲେ ଲୁଟେରା। 16 ନମ୍ବର ଜାତୀୟ ରାଜପଥ ରେ ପଲସର ବାଇକ୍ ଲୁଟେରା ମଚାଇଲେ ଆତଙ୍କ। ରାମେଶ୍ୱର ତଲାଗୁଣି ବ୍ରିଜ ନିକଟରେ ଟ୍ରକ ଚାଳକଙ୍କୁ ଛୁରା ମାଡ କରି ଲୁଟି ନେଲେ ୫ ହଜାର ଟଙ୍କା ସହ ଟ୍ରକ୍ ଚାବି।ଟ୍ରକ୍ ଚାଳକ ଗୁରୁତର।ଜଙ୍ଘ ଓ ହାତରେ ଲାଗିଛି ଗଭୀର ଚୋଟ କେଉଁଝର ରୁ ଗୋପାଳ ପୁର ନେଇ ଯାଉଥିଲେ ଲୁହା ପଥର ଗୁରୁତର ଚାଳକ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି।ତାର ନାମ ବେଣୁଧର ମହନ୍ତ.ଘର କେଉଁଝର ଜିଲା ଘଟଗାଁ ସାନ୍ତ୍ରାପୁର ଗ୍ରାମରେ ବୋଲି ଜଣା ପଡିଛି।ଟ୍ରକ୍ ଚାଳକ ବେଣୁଧର ସବୁ ଦିନ ଭଳି ଆଜି ମଧ୍ୟ ଟ୍ରକ୍ ରେ ଲୁହା ପଥର ବୋଝେଇ କରି ଗୋପାଳ ପୁର ଯିବା ପାଇଁ ବାହାରିଥିଲେ।ଗୋପାଳ ପୁର ଆସୁଥିବା ବେଳେ ୧୬ ନଂ ଜାତୀୟ ରାଜପଥ ର ରାମେଶ୍ୱର ଓଭର ବ୍ରିଜ୍ ନିକଟରେ ଲୋକଙ୍କର ଭୀଡ ଥିବା ଦେଖି ପରିସ୍ରା ଲାଗିବାରୁ ଗାଡି ଅଟକାଇ ପରିସ୍ରା କରିବାକୁ ଓହ୍ଲାଇଥିଲେ।ପରିସ୍ରା କରି ସାରି ଟ୍ରକ୍ ରେ ଚଢୁଥିବା ବେଳେ ଏକ ପଲ୍ସର ବାଇକ୍ ରେ ଦୁଇ ଜଣ ଲୁଟେରା ଆସି ହଠାତ୍ ଛୁରୀରେ ଟ୍ରକ୍ ଚାଳକଙ୍କୁ ଆକ୍ରମଣ କରିଥିଲେl

ଫଳରେ ବେଣୁଧରଙ୍କର ଜଙ୍ଗ ଓ ହାତରେ ଗଭୀର କ୍ଷତ ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ବେଣୁଧରଙ୍କୁ ନିକଟରୁ ୫ ହଜାର ଟଙ୍କା ସହ ଟ୍ରକ୍ ର ଚାବି ଲୁଟି ନେଇଥିଲେ ଲୁଟେରା। ଚାଳକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ନିରାକାରପୁର ପୋଲିସ୍ କୁ ଖବର ଦେଇଥିଲେ।ଖବର ପାଇ ନିରାକାରପୁର ପୋଲିସ୍ ଘଟଣା୍ ସ୍ଥଳରେ ପହଂଚି ଟ୍ରକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଛନ୍ତି।ଟାଙ୍ଗୀ ମେଡିକାଲରେ ପୋଲିସ୍ ଚାଳକଙ୍କୁ ନିଜ ସାଥିରେ ନେଇ ତଦନ୍ତ ଆରମ୍ଭ କରିଛି। ଏହିଭଳି ବାରମ୍ବାର ୧୬ ନଂ ଜାତୀୟ ରାଜପଥ ଘଟୁଥିବା ବେଳେ ସାଧାରଣ ଲୋକ ଯାତାୟାତ କରିବାକୁ ଭୟବିତ୍ତ ହେଲେଣି l 16 ନମ୍ବର ରାଜପଥରେ ପାଟ୍ରୋଲିଂ ଅଭାଵରୁ ଏଭଳି ଘଟଣା ବାରମ୍ବାର ଘଟୁଚି ବୋଲି ଅଭିଯୋଗ ହେଉଛି।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.