ଧର୍ମଗଡ଼ : ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗତ ୩୦-୯-୨୦୦୫ତାରିଖ ଦିନ ଶୌଚ କରିବା କୁ ଯାଇ ଥିବାବେଳେ ବ୍ରହାନନ୍ଦ ବାଗ, କୁଲମଣି ଠାକୁର ଓ ଅନୀଲ ସେନାପତି ନାବାଲିକାକୁ ଜୋର ଜବରଦସ୍ତି ଟେକି ନେଇ ଦୁଇ ଦିନ ଧରି ଅଟକ ରଖିଥିଲେ।ଦୁଇ ଜଣ ସହଯୋଗୀ ଙ୍କ ସହାୟତାରେ ବ୍ରହ୍ମାନନ୍ଦ ବାଗ ଉକ୍ତ ନାବାଳିକା କୁ ଧର୍ଷଣ କରିଥିଲେ।ଏପରିକି ଏକ ଲକ୍ଷ ଟଙ୍କା ଦେଲେ ନାବାଳିକା ଛାଡିବାକୁ ନାବାଳିକା ଙ୍କ ବାପା ଙ୍କୁ ଧମକ ଦେଇଥିଲେ।ନାବାଳିକାର ବାପା ଏହି ଘଟଣା ବିଷୟରେ ଜୁନାଗଡ଼ ପୁଲିସ କୁ ଜଣାଇବାପରେ ପୋଲିସ ଗତ ୨-୧୦-୨୦୦୫ତାରିଖ ଦିନ ନାବାଳିକା କୁ ମୁକୁନ୍ଦପୁର ଜଙ୍ଗଲ ରୁ ଉଦ୍ଧାର କରି କେସ ନ -୧୨୫/୨୦୦୫ଦଫା ୩୨୮,୩୬୪(ଏ)୩୭୬(2g)ରେ ଅଭିଯୁକ୍ତ ବ୍ରହାନନ୍ଦ ବାଗ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଏହି ଘଟଣାରେ ସଂପୃକ୍ତ ଦୁଇ ଜଣ ସହଯୋଗୀ ଫେରାର ମାରିଥିଲେ।
ସମସ୍ତ ସାକ୍ଷ ପ୍ରମାଣ କୁ ଆଧାର କରି ମଙ୍ଗଳବାର ଦିନ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ବନ୍ଦନା କର ଅଭିଯୁକ୍ତ ଙ୍କୁ ୧୦ବର୍ଷ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି ଓ ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି।ଏ ମାମଲା କୁ ସରକାରୀ ଓକିଲ ପୂର୍ଣ୍ଣ ଚନ୍ଦ୍ର ନାଗ ପରିଚାଳନା କରିଥିଲେ ।
ନାବାଳିକା ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତ ଙ୍କୁ ୧୦ବର୍ଷ କାରାଦଣ୍ଡ ।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.