କୋଦଳା, (ରାକେଶ ମହାରଣା)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍ ଛଚିନା ଗ୍ରାମର ଶତାଧିକ ଲୋକେ ଠକେଇର ଶିକାର ହୋଇଥିବା ନେଇ ଗୁରୁବାର ବେଗୁନିଆପଡ଼ା ଥାନାରେ ଅଭିଯୋଗ ହୋଇଛି। ଜଣେ ବ୍ଯକ୍ତି ନିଜକୁ ଉଦ୍ଯାନ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ଏସ୍ ଛଚିନା ଗ୍ରାମରୁ ବହୁ ବ୍ଯକ୍ତିଙ୍କ ଠାରୁ ଅର୍ଥ ଲୁଟିଥିବା ଅଭିଯୋଗ ହୋଇଛି। ଏନେଇ ଗୁରୁବାର ଏସ୍ ଛଚିନା ଗ୍ରାମର ନିରଞ୍ଜନ କଁଅର କଂ ସମେତ ବହୁ ଅଭିଯୋଗକାରୀ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିଛନ୍ତି ।ଠକେଇ କରିଥିବା ବ୍ଯକ୍ତି ଜଣକ ହେଲେ ଦାମ ସେଠୀ ଏବଂ ତାଙ୍କର ଘର ଖଲ୍ଲିକୋଟ ଥାନା ଅନ୍ତର୍ଗତ ରଘୁନାଥପୁର ବୋଲି ସୂଚନା ମିଳିଛି। ତେବେ ଗୋଟିଏ ସ୍ଥାନରୁ ନୂହେଁ ବଂର ବିଭିନ୍ନ ଗ୍ରାମରୁ ଉକ୍ତ ବ୍ଯକ୍ତି ଜଣକ ଏଭଳି ଲୋକମାନଙ୍କୁ ଠକେଇ କରିଥିବା ନେଇ ଅଭିଯୋଗ ଆସିଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଷ୍ମଣପୁର ଗ୍ରାମର ଭୀମସେନ ପାତ୍ର ମଧ୍ୟ ଏଭଳି ଠକାମିର ଶିକାର ହୋଇଥିବା ନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଦାମ ସେଠୀ ଖଲ୍ଲିକୋଟ ଥାନାରେ ଅଟକ ଥିବା ବେଳେ ଉଭୟ ଥାନା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି।


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।