କୋଦଳା, (ରାକେଶ ମହାରଣା)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍ ଛଚିନା ଗ୍ରାମର ଶତାଧିକ ଲୋକେ ଠକେଇର ଶିକାର ହୋଇଥିବା ନେଇ ଗୁରୁବାର ବେଗୁନିଆପଡ଼ା ଥାନାରେ ଅଭିଯୋଗ ହୋଇଛି। ଜଣେ ବ୍ଯକ୍ତି ନିଜକୁ ଉଦ୍ଯାନ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ଏସ୍ ଛଚିନା ଗ୍ରାମରୁ ବହୁ ବ୍ଯକ୍ତିଙ୍କ ଠାରୁ ଅର୍ଥ ଲୁଟିଥିବା ଅଭିଯୋଗ ହୋଇଛି। ଏନେଇ ଗୁରୁବାର ଏସ୍ ଛଚିନା ଗ୍ରାମର ନିରଞ୍ଜନ କଁଅର କଂ ସମେତ ବହୁ ଅଭିଯୋଗକାରୀ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିଛନ୍ତି ।ଠକେଇ କରିଥିବା ବ୍ଯକ୍ତି ଜଣକ ହେଲେ ଦାମ ସେଠୀ ଏବଂ ତାଙ୍କର ଘର ଖଲ୍ଲିକୋଟ ଥାନା ଅନ୍ତର୍ଗତ ରଘୁନାଥପୁର ବୋଲି ସୂଚନା ମିଳିଛି। ତେବେ ଗୋଟିଏ ସ୍ଥାନରୁ ନୂହେଁ ବଂର ବିଭିନ୍ନ ଗ୍ରାମରୁ ଉକ୍ତ ବ୍ଯକ୍ତି ଜଣକ ଏଭଳି ଲୋକମାନଙ୍କୁ ଠକେଇ କରିଥିବା ନେଇ ଅଭିଯୋଗ ଆସିଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଷ୍ମଣପୁର ଗ୍ରାମର ଭୀମସେନ ପାତ୍ର ମଧ୍ୟ ଏଭଳି ଠକାମିର ଶିକାର ହୋଇଥିବା ନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଦାମ ସେଠୀ ଖଲ୍ଲିକୋଟ ଥାନାରେ ଅଟକ ଥିବା ବେଳେ ଉଭୟ ଥାନା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି।
More Stories
ଓଡିଶା ଡ୍ରାଇଭର ମହାସଂଘ୍ ବୋଲଗଡ ଶାଖା ପକ୍ଷରୁ ଷ୍ଟିୟରିଙ୍ଗି ଛାଡ଼ ଆନ୍ଦୋଳନ ।
DR. SIBA PRASAD SETHI,MO,CHC,KUJANGJAGATSINGHPUR AND HIS ASSOCIATE SRI SURYA NARAYAN CHOUDHURY NABBED BY ODISHA VIGILANCE WHILE TAKING BRIBE RS 10,000/- FOR ISSUANCE OF FAVOURABLE POST MORTEM REPORT.
ଶୁଦ୍ଧପୂତ ରନ୍ଧନ କିପରି କରାଯାଏ, ସେହି ରନ୍ଧନ ଖାଦ୍ୟ ଶରୀରରେ କିଭଳି କ୍ରିୟାଶୀଳ କରେ।