କୋଦଳା, (ରାକେଶ ମହାରଣା)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶୀ ଠାରୁ କୋଦଳା ଯିବା ରାସ୍ତାରେ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଦଣ୍ଡିଶ୍ୱର ମନ୍ଦିର ଠାରୁ ଫାଶୀ ଯିବା ରାସ୍ତାର ବି ନୂଆଁପଲୀ ନିକଟରେ ଗୁରୁବାର ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ହିଁ ମହିଳା ଜଣକ ମୃତ୍ୟୁ ବରଣ କରିଛନ୍ତି।। ସୂଚନା ଅନୁସାରେ ଗୁରୁବାର ଦିନ ୩ ଘଣ୍ଟା ସମୟରେ କୋଦଳା ବଜାରକୁ ଆସି ନିଜ ଘର ବି ନୂଆଁପଲୀକୁ ଚାଲି ଚାଲି ଫେରୁଥିଲେ ବି ନୂଆଁପଲୀର ୨୫ ବର୍ଷୀୟ ସୁନୀତା ପରିଡା ସ୍ବାମୀ ଚକ୍ରପାଣି ପରିଡା ।ତେବେ ହଠାତ୍ କେହି କିଛି ବୁଝିବା ପୂର୍ବରୁ ଏକ ମହିନ୍ଦ୍ରା କାର୍ କୋଦଳା ପଟୁ ଆସି ତାଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିବା ବେଳେ ଘଟଣା ସ୍ଥଳରେ ହିଁ ବି ନୂଆଁପଲୀର ସୁନୀତା ପରିଡା ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ପରେ ସୁନୀତାକୁଂ ତୁରନ୍ତ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ସେପଟେ କାର୍ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।ଘଟଣା ସ୍ଥଳରେ ଓ ହସ୍ପିଟାଲ ରେ କୋଦଳା ଥାନା ପୋଲିସ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କାର୍ ଡ୍ରାଇଭର ମାଲିକ କିଏ, କେଉଁ ସ୍ଥାନର ଏହି କାର୍ ତାହା ଜଣା ପଡି ନାହି। କାର୍ ନମ୍ବରଟି ହରିଆଣା ମାଲିକାନା ବୋଲି କୁହାଯାଇଛି। ପୋଲିସ ପକ୍ଷରୁ ଘଟଣାରେ ଛାନଭିନ୍ ଆରମ୍ଭ ହୋଇଛି ।ସେପଟେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କ ପରିବାର ଲୋକେ ଗ୍ରାମବାସୀ ପହଞ୍ଚିଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।