ବେଗୁନିଆପଡା,(ଦେବାଶିଷ ମହାରଣା):ବାରମ୍ବାର ମିଥ୍ୟା ପ୍ରତିଶୃତି, ଆଶ୍ୱାସନା ଏଵଂ ଧୂଆଁ ବାଣ | ସରକାରଙ୍କ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଆଉ କାମ ଦେଲାନି | ତେଣୁ ଶିକ୍ଷକ ସଂଘର ନେତାମାନେ ଆଉ ଏମାନଙ୍କୁ ବିଶ୍ବାସକୁ ନେଇ ନାହାନ୍ତି। ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସିଧା ସିଧା କହିଛନ୍ତି ଯେ ଦାବିଗୁଡ଼ିକ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ । ଯାହାକୁ ନେଇ ବୁଧବାର ବେଗୁନିଆପଡ଼ା ବ୍ଳକ ବିଇଓ କାର୍ଯ୍ଯାଳୟରେ ସମସ୍ତ ପ୍ରାଥମିକ ଶିକ୍ଷକ ବିଦ୍ୟାଳୟରେ ତାଲା ପକାଇ ଗଣ ଧାରଣା ଦେଉଛନ୍ତି । ଦାବୀ ପୁରଣ ହେବା ପର୍ଯ୍ୟନ୍ତ ସ୍କୁଲ ଆସିବେ ନାହିଁ କି ତାଲା ଖୋଲିବେ ନାହିଁ। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପିଲାମାନଙ୍କ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ର କ୍ୟାରିଅର ଅଡଭାନ୍ସମେଣ୍ଟ ପଲିସି ଲାଗୁ, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡର ହଟାଇବା ପରି ଦାବି ନେଇ ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର ପାଇଁ ରାଜ୍ୟ ସରକାର ଯଥାସମ୍ଭବ ଚେଷ୍ଟା କରିଥିଲେ। ହେଲେ ଆଜି ରାତି ସୁଦ୍ଧା ସଫଳ ହୋଇ ନାହାନ୍ତି। ବରଂ ଶିକ୍ଷକମାନେ ନିଜ ଜିଦ୍ରେ ଅଟଳ ରହିବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେପଟେ ବୁଧବାର ଠାରୁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ସହ ମଧ୍ଯାହ୍ନ ଭୋଜନ ବନ୍ଦ ହୋଇଯାଇଛି।
ଶିକ୍ଷକ ମାନଙ୍କ ନିମନ୍ତେ ସରକାର ଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ଗର୍ଜିଲେ ଶିକ୍ଷକ, ବିଦ୍ୟାଳୟରେ ଝୁଲିଲା ତାଲା l


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।