ରିପୋର୍ଟ :ପ୍ରଦିପ ସେଠିଆ
ଧର୍ମଗଡ (ଆମ ଓଡ଼ିଶା ଖବର) ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବି ନେଇ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର କର୍ମକର୍ତ୍ତା ଆଜି ଗଣଧାରଣାରେ ବସି “କାନ ଖୋଲି କରି ସୁନ ସରକାର , ଧର୍ମଗଡ ଜିଲ୍ଲା ଆମର ଦାବି ଦରକାର” ବୋଲି ସ୍ଳୋଗାନ ଦେଇଥିଲେ। ଫେଡରେସନ୍ ର ଧର୍ମଗଡ ସଭାପତି ବିରଞ୍ଚି ନାରାୟଣ ଜାଲ ଙ୍କ ନେତୃତ୍ୱରେ ଧର୍ମଗଡ ଜିଲ୍ଲା ଦାବି କୁ ନୈତିକ ସମର୍ଥନ କରି ସତାଧିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ। କାର୍ଯ୍ୟାଳୟ ଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣଧାରଣା ରେ ବସିଥିଲେ ଓ ଧର୍ମଗଡ ଉପଖଣ୍ଡ ଶୀଘ୍ର ନୂତନ ଜିଲ୍ଲା ଘୋଷଣା କରିବା ପାଇଁ ଦାବି କରିଥିଲେ।

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର ସଭାପତି ଶ୍ରୀ ବିରଞ୍ଚି ନାରାୟଣ ଜାଲ ଙ୍କ ସଭାପିତ୍ବରେ ପୁର୍ବତନ ବିଧାୟକ ଯୁଗ ରାମ ବେହେରା ,ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ , ଖମାର ହଳଦୀ ସରପଞ୍ଚ ରବୀନ୍ଦ୍ର ମୁଣ୍ଡ ,ଉପଦେଷ୍ଟା ଶ୍ୟାମ ସୁନ୍ଦର ନାଗ ,ଧରଣୀଧର ଧଙ୍ଗଡା ମାଝୀ,ଆଇନଜିବୀ ଦିଗାମ୍ବର ଦୁରିଆ, ପ୍ରେମଲାଲ ସାଗର ,କ୍ଷେତ୍ର ମୋହନ ସତନାମୀ,ଚକ୍ରଧର ବେନୁପାଣି ,ବରିଷ୍ଠ ସଦସ୍ୟ ଢ଼ଗ ମାଲିଆ ନାଏକ , ସତ୍ୟବାନ୍ ନାଏକ, ଅଙ୍କିତ ସେଠି, ମହେଶ୍ୱର ସୁନାନି ,ଧର୍ମଗଡ ର ମୁସଲିମ ଜମାତ କମିଟି ର ସଭାପତି ରଫି ଉଦ୍ଧିନ୍ ଖାଁ ପ୍ରମୁଖ ସଦସ୍ୟମାନେ ଧାରଣାରେ ବସି ଧର୍ମଗଡ କୁ ଜିଲ୍ଲା ଦାବି ପ୍ରସଙ୍ଗକୁ ଦୋହରାଇ ଥିଲେ ଏବଂ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗତ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜିକି ୧୭ ଦିନ ରେ ପହଞ୍ଚିଛି।

ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗତ ଜିଲ୍ଲା ଗଠନ ଦାବିକୁ ସମର୍ଥନ ଦେଉଛନ୍ତି।ଧର୍ମଗଡ ଜିଲ୍ଲା ଗଠନ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଆହୁରି ବ୍ୟାପାକ କରାଯିବ ବୋଲି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକାଶ ପାଇଛି।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.