ରିପୋର୍ଟ :-ମୋହନଲାଲ ସୁନାନୀ ( ଚନ୍ଦାହାଣ୍ଡି )
କେନ୍ଦ୍ର ଓ ରାଜ୍ୟ ସରକାର ଗରୀବଙ୍କ ପାଇଁ ଅନେକ ଯୋଜନା ନିର୍ମାଣ କରିଥିବାବେଳେ ସେଥି ମଧ୍ୟରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନ ଅନ୍ୟତମ, ଏହି ଯୋଜନା ମାଧ୍ୟମରେ 2023 ମସିହା ସୁଦ୍ଧା ପ୍ରତେକ ଗରୀବ ଯୋଗ୍ୟ ହିତାଧିକାରୀ ଙ୍କୁ ପକ୍କା ଘର ଯୋଗେଇଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ହେଲେ ବାସ୍ତବ ଚିତ୍ର ଓଲଟା ପରିଲକ୍ଷିତ ଦେଖିବାକୁ ମିଳୁଛି, |

ନବରଙ୍ଗପୁର ଜିଲ୍ଲା, ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମରେ ଆଜି ରାତି ତମାମ ଲଗାଣ ବର୍ଷା ଯୋଗୁଁ ଗ୍ରାମର ଜଣେ ବିଧବା ମହିଳା ସହିଦା ବାଇ ସ୍ୱାମୀ.(ମୃତ)ଆଲମ ଖାଁ ଙ୍କ ମାଟି ଘର ସମ୍ପୂର୍ଣ ଭାଙ୍ଗି ଯାଇଛି | ଚଳିତ 2023 ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଥିବା ବେଳେ ଅନେକ ଗରୀବ ହିତାଧିକାରୀ ବାଦ ପଡିଯାଇଛନ୍ତି, ଏଥିପ୍ରତି ସରକାର ହେଉ ଅବା ପ୍ରଶାସନ ଙ୍କ ଆକ୍ରୋଶ ମନଭାବ ଜଳ ଜଳ ହୋଇ ଦେଖାଯାଉଛି, ଶତାଧିକ ଯୋଗ୍ୟ ହିତାଧିକାରୀ ଏବେ ଅଭିଶପ୍ତ ଭାବରେ ଜୀବନ ଜାପାନ କରୁଛନ୍ତି, କାହାର ଘର ଭାଙ୍ଗି ଯାଇଛି ତ କାହାର ଘର କାନ୍ଥ ଭାଙ୍ଗି ବିପନ୍ନ ଅବସ୍ଥା ରେ ରହିଛି କିଏ ଦଦରା କୁଡ଼ିଆ ଭିତରେ ରହିଛି ତ ପୁଣି କିଏ କଞ୍ଚା ମାଟି କୁଡ଼ିଆର ଗୋଟାଏ କୋଠରୀରେ ଚାରି କୁଟୁମ୍ବ ଙ୍କ ଜୀବନ ବିତୁଛି, ଏପରି ଅନେକ ପରିବାର ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି | ତେବେ ଏପରି ଲୋକଙ୍କୁ ଚି଼ହ୍ନଟ କରିବା ଓ ଯୋଜନାରେ ପ୍ରାଥମିକତା ଦେବା ବ୍ୟବସ୍ଥା ଥିଲେ ହେ ଯୋଗ୍ୟ ହିତାଧିକାରୀ ତାର ଘର ଖଣ୍ଡିକ ପାଇବାରୁ ବଞ୍ଚିତ, ଅନେକ ଗ୍ରାମରେ ଲୋକେ ଦୋଦୁଲ୍ୟ ମାନ ସ୍ଥିତିରେ ରହୁଥିବା ବେଳେ ଏମାନଙ୍କୁ ଯୁଦ୍ଧକାଳୀନ ଭିତ୍ତି ରେ ବିକଳ୍ପ ବ୍ୟବସ୍ଥା ପଶାସନ ପକ୍ଷରୁ ଗ୍ରହଣ କରି ଆବାସ ଯୋଜନା ଯୋଗେଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ହୋଇ ପଡିଛି |


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.