କୋଦଳା, (ରାକେଶ ମହାରଣା):ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ ରାସ୍ତା କୁ ଓଲ୍ହାଇଛି ରାଜ୍ୟ ବିଜେପି | ରାଜ୍ୟର ସମସ୍ତ ବ୍ଲକ ରେ ଆଜିଠୁ ଅଠର ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବା ସହ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଏହି ପରିପ୍ରେକ୍ଷୀରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର କବିସୂର୍ଯ୍ୟନଗର ବ୍ଲକ ରେ ମଧ୍ୟ ବ୍ଲକ ଘେରାଉ କୁ ଜୋରଦାର କରିଛି ବିଜେପି | ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ବୁଧବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ପରିସରରେ ଶତାଧିକ ବିଜେପି କର୍ମୀ ପହଁଚି ରାଜ୍ୟ ସରକାର ଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ରଣ ହୁଙ୍କାର ଦେବା ସହ ଦୁର୍ନୀତି କୁ ମୁଳୋତ୍ପାଟନ କରିବାରେ ରାଜ୍ୟ ସରକାର ଙ୍କ ବିଫଳତା କୁ ନେଇ ବିଶୋଦାଗର କରିଛନ୍ତି ବିଜେପି ନେତୃମଣ୍ଡଳୀ | ବ୍ଲକ ଘେରାଉ ସମୟରେ କବିସୂର୍ଯ୍ୟନଗର ବ୍ଲକ ଫାଟକ କୁ ପ୍ରଶାସନ ପକ୍ଷରୁ ବଳ ପୂର୍ବକ ବନ୍ଦ କରା ଯାଇଥିବା ବେଳେ ଏ ନେଇ ପ୍ରତିବାଦ ସ୍ୱରୂପ ବ୍ଲକ ଗେଟ ଆଗରେ ନାରାବାଜି କରିଛନ୍ତି ବିଜେପି କର୍ମକର୍ତା | ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା | ପରେ ପୁରୁଷୋତ୍ତମପୁର ଏସଡିପିଓ ପହଞ୍ଚି ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା | ଗତ କିଛି ବର୍ଷ ମଧ୍ୟରେ ମୋଦି ସରକାର ଓଡିଶା କୁ ଅଠର ଲକ୍ଷ କୋଟି ରୁ ଉର୍ଦ୍ଧ ଟଙ୍କା ଦେଇଥିବା ବେଳେ ଓଡିଶା ରେ କୋଟି କୋଟି ଟଙ୍କାର ପିସି କାରବାର ହେଉଥିବା ଯୋଗୁଁ ଦୁର୍ନୀତି ବଢ଼ି ଚାଲିଥିବା ଅଭିଯୋଗ କରିଛି ବିଜେପି | ହରିଲୁଟ ହେଉଥିବା ଅର୍ଥ ରେ ବିଜେଡି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ ରଖିଛି ବୋଲି ସାଙ୍ଘାତିକ ଅଭିଯୋଗ ମଧ୍ୟ ସାମ୍ନା କୁ ଆସିଛି | ବିଧବା ଭତ୍ତା ପ୍ରଦାନ କ୍ଷେତ୍ରରେ ଲାଞ୍ଚ କାରବାର, ହିତାଧିକାରୀ ଙ୍କ ନାମ କୁ ବାରମ୍ବାର ପରିବର୍ତନ କରିବା, ବିଭିନ୍ନ ଗ୍ରାମ୍ୟ ଉନ୍ନୟନ ମୂଳକ ଯୋଜନା ରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ହରିଲୁଟ କରି ରାଜ୍ୟ ସରକାର ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ନାୟକ | ସେହିପରି ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ପ୍ରତ୍ୟେକ ବ୍ଲକ ରେ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳା ନନ୍ଦ ମଲ୍ଲିକ | ତେବେ ପରେ କବିସୂର୍ଯ୍ୟନଗର ବିଡିଓ ପହଞ୍ଚି ଦାବୀ ପତ୍ର ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥି,ବରିଷ୍ଠ ନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ,ସୋରଡ଼ା ପୂର୍ବତନ ବିଧାୟକ ନୀଳମଣି ବିଷୋୟୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ ପଣ୍ଡା,ଶ୍ରୀକାନ୍ତ ମହାପାତ୍ର,ଶିବରାମ ପଣ୍ଡା,ନାରାୟଣ ଡାକୁଆ, ଶ୍ରୀକାନ୍ତ ପଣ୍ଡା,କୃଷ୍ଣ ବିଶୋଇ, ଦୁର୍ୟୋଧନ ଖଣ୍ଡୁଆଳ,କାଳୁ ଚରଣ ପ୍ରଧାନ,ପିତାମ୍ବର ସେନାପତି,ଶରତ କୁମାର ସ୍ୱାଇଁ, ରାଜୀବ ବେହେରା, ନାରାୟଣ ବିଶ୍ୱାଳ ଙ୍କ ସମେତ ବହୁ ବିଜେପି କର୍ମୀ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |
ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ କବିସୂର୍ଯ୍ୟନଗର ବ୍ଲକ ଘେରାଉ କଲା ବିଜେପି l


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।