ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରଙ୍ଗ ସେବା ସମବାୟ ସମିତି ପକ୍ଷରୁ ଆଜି ସଭାପତି ମନୋଜ କୁମାର ପ୍ରଧାନ ଙ୍କ ଦ୍ୱାରା ସପ୍ତାହ ଧରି ଉଡାଣ କରାଯାଇଥିବା ସାତରଙ୍ଗୀ ପତାକାକୁ ଅବତରଣ କରାଯାଇ ଉଜ୍ଜାପିତ କରାଯାଇଅଛି lଏହି କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ସଂଜୀବ କୁମାର ସାହୁ, ପୂର୍ବତନ ସମ୍ପାଦକ ଭୀମସେନ ପରିଡା, ସହ ସମ୍ପାଦକ ଗୋପାଳ ଚନ୍ଦ୍ର ମିଶ୍ର, ଡିଇଓ ଗୌତମ ସାହୁ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ସାତଦିନ ବ୍ୟାପି ସମବାୟ ଆନ୍ଦୋଳନର ଜନସାଧାରଣ ତଥା ସମବାୟ ସମିତିର ସଭ୍ୟ ମାନେ ବିଭିନ୍ନ ଭୂମିକାକୁ ତର୍ଜମା କରିବା ସହିତ ସମବାୟ ଆନ୍ଦୋଳନକୁ ଆହୁରି ଆଗକୁ ବଢ଼ିବା ନିମନ୍ତେ ମତ ପ୍ରକାଶ କରିଛନ୍ତ l ଏହି ଆନ୍ଦୋଳନ ରେ ସ୍ଥାନୀୟ ଚାଷୀକୁଳ ଓ ସମବାୟ ପ୍ରେମୀମାନେ ସହଯୋଗ କରିଥିବାରୁ ସମ୍ପାଦକ ସଂଜୀବ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ବାଣପୁର କୁମାରଙ୍ଗ ସେବା ସମବାୟ ସମିତିରେ ସମବାୟ ସପ୍ତାହ ଉଜ୍ଜାପିତ ପାଳନ l


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।