ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡ଼ିଶା ଖବର ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ସାଙ୍କୁଡ଼ା ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଥାନା ଅଧିକାରୀ ମଞ୍ଜରୀ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ପୋଲିସ ପକ୍ଷରୁ ଜାରି ରହିଥିବା ସମସ୍ତ ନିୟମ କୁ ଯେପରି ଲୋକ ମାନିବେ ସେ ସମ୍ପର୍କରେ ଆଲୋକପାତ କରା ଯାଇଥିଲା | ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟରୁ କିପରି ନିବୃତ ରହିବା, ଗାଡ଼ି ଚଳାଇଲା ବେଳେ ହେଲମେଟ ବ୍ୟବହାର କରିବା,ମଦ୍ୟ ପାନ କରି ଗାଡ଼ି ନ ଚଳାଇବା, ବ୍ୟାଙ୍କିଙ୍ଗ ଫ୍ରଡ଼ ରୁ କିପରି ସଜାଗ ରହିବା, ବିଶେଷ କରି ମହିଳା ମାନଙ୍କୁ ସନମାନ ଦେବା,କୌଣସି ସମସ୍ୟା ହେଲେ ଆଇନ କୁ ହାତକୁ ନନେଇ ପୋଲିସ ର ସହାୟତା ନେବା ଭଳି ବହୁ ଗୁରୁତ୍ୱପୂର୍ଣ ଆଲୋଚନା କରାଯାଇଥିଲା | ସେହିପରି ଜନତା ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏକ ରାଲି ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ବନ୍ଧିତ ସମସ୍ତ ବାର୍ତ୍ତା କୁ ଲୋକଙ୍କ ପାଖରେ ପହଂଚାଇବା ସହ ଗାଡି ଚଳାଇବା ସମୟରେ କିପରି ସମସ୍ତେ ସୁରକ୍ଷିତ ରହି ପାରିବେ ସେ ସମ୍ପର୍କରେ ବିଶେଷ ଭାବେ ସୂଚନା ଦିଆ ଯାଇଥିଲା | ଆମ ପୋଲିସ ସମିତି କାର୍ଯ୍ୟକ୍ରମ ରେ ଥାନା ଅଧିକାରୀ ଙ୍କ ସମେତ ଏସ ଆଇ ଜଗଦୀଶ ପଣ୍ଡା,ସମାଜସେବୀ ବୁଲା ଜେନା,ପୋଲିସ କର୍ମଚାରୀ ଏଵଂ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିବା ବେଳେ ଟ୍ରାଫିକ ସଚେତନତା ଏଵଂ ସଡ଼କ ସୁରକ୍ଷା ସମ୍ବନ୍ଧିତ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ମଞ୍ଜରୀ ନାୟକ ଙ୍କ ସମେତ ଏସ ଆଇ ଜଗଦୀଶ ପଣ୍ଡା,ଥାନା କର୍ମଚାରୀ ଏଵଂ ଜନତା ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ