ରିପୋର୍ଟ(ଦେବାଶିଷ )
କବିସୂର୍ଯ୍ୟନଗର, (ଆମ ଓଡ଼ିଶା ଖବର ) ଓଡ଼ିଶାର ଦଳ, ଓଡ଼ିଆଙ୍କ ବଳ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସ୍ଥାନୀୟ ବିଜେଡି ନେତା ତଥା ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା । ପ୍ରଥମେ କବିସୂର୍ଯ୍ୟନଗର ଗୁଡ଼ିଆଳି ଛକ ସ୍ଥିତି ବିଜୁବାବୁଙ୍କ ବିଶାଳ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ସହ ପ୍ରବାଦ ପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ । ଏହା ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସାଧିନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ରୋଗୀ ଓ ସେମାନଙ୍କ ସହ ସମ୍ପର୍କୀୟଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟକର ଫଳ ପ୍ରଦାନ କରିଥିଲେ । ଏହା ସହ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।

ଏହା ପରେ ନବୀନ ଓଡ଼ିଶାର ସାରଥୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟ ଜୟ କାର ନାରା ସାଙ୍ଗକୁ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ସାଧାରଣ ଜନତାଙ୍କୁ ବାର୍ତ୍ତା ଦେଇଥିଲେ । କେବଳ ସେତିକି ନୁହେଁ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଯାଇ ଅଭାବୀ ଓ ଅସହାୟ ଲୋକଙ୍କୁ ଭେଟିଥିଲେ । କେବଳ ଭେଟି ନଥିଲେ ବରଂ ସେମାନଙ୍କୁ ଫଳମୂଳ ସାଙ୍ଗକୁ ଶୁଖିଲା ଖାଦ୍ୟ ବଣ୍ଟନ କରି ବିଜେଡି ପ୍ରତିଷ୍ଠା ଦିବସକୁ ସାଧାରଣ ଜନତାଙ୍କ ସହ ମନାଇଥିଲେ ।
ଏହା ପରେ ପରେ ମନ୍ଦିରରେ ସେ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି କାମନା କରି ଇଶ୍ୱରଙ୍କ ଉଦେଶ୍ୟରେ ଦୀପ ଦାନ କରିଥିଲେ । ପରେ ପରେ ସାମାଜିକ ବାର୍ତ୍ତା ପ୍ରଦାନ କରିବା ସହ ବୃକ୍ଷରୋପଣ କରିଥିଲେ । ସାଙ୍ଗରେ ନିଜର ସମର୍ଥକ ଓ ସହଯୋଗୀ ସାମିଲ ହେବା ସହ ସାଧାରଣ ଜନତା ଉପସ୍ଥିତ ଥିଲେ । ପରିବେଶ ପାଇଁ ଯେମିତି ଗଛଟିଏ ଜରୁରୀ ସେମିତି ଅଞ୍ଚଳର ବିକାଶ ପାଇଁ ବିଜୁ ଜନତା ଦଳ ଏବଂ ନବୀନ ପଟ୍ଟନାୟକ ସେମିତି ଆବଶ୍ୟକ ବୋଲି ସାଧାରଣ ମତ ଦେଇଥିଲେ । ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡାଙ୍କ ଏଭଳି ନିଆରା ଓ ସ୍ୱତନ୍ତ୍ର ପ୍ରତିଷ୍ଠା ଦିବସ ଉତ୍ସବକୁ ସାଧାରଣରେ ଖୁବ୍ ପ୍ରଶଂସା କାରାଯାଇଛି । ଦଳୀୟ କର୍ମୀ ଓ ନେତୃସ୍ଥାନୀୟ କାର୍ଯ୍ୟକର୍ତ୍ତା ସବୁବେଳେ ଶ୍ରୀଯୁକ୍ତ ପ୍ରମୋଦ ପଣ୍ଡାଙ୍କ ଏଭଳି ଜନତାଙ୍କ ଗହଣରେ ରହି କାର୍ଯ୍ୟ କରିବା ଦଳ ପ୍ରତି ଏକାଗ୍ରତା ରଖି ଆଗକୁ ବଢ଼ିବା ଏବଂ ଲୋକଙ୍କ ସୁଖରେ ଦୁଃଖରେ ସାଥ୍ ଦେବାକୁ ଭୂୟସି ପ୍ରଶଂସା କରିଛନ୍ତି ।
More Stories
ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା ଆପ୍ l
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l