ରିପୋର୍ଟ (ଦେବାଶିଷ)
ବେଗୁନିଆପଡା (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତରେ ଅବସ୍ଥିତ ଶ୍ରୀ ଶ୍ରୀ ବାବା ତୁମ୍ବେଶ୍ୱର ଙ୍କ ମହା ଯଜ୍ଞ ଆସନ୍ତା ଫେବୃଆରୀ ମାସ ଚଉଦ ତାରିଖ ରୁ ସାତ ଦିନ ବ୍ୟାପି ଆରମ୍ଭ ହେବାକୁ ଥିବା ବେଳେ ଆଜି ଏହି ମନ୍ଦିର ରେ ପହଞ୍ଚି ମନ୍ଦିର କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିଥିଲେ ବରିଷ୍ଠ ବିଜେଡି ନେତା ତଥା କୋଦଳା ଏନଏସି ର ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ | ଏହା ସହିତ ମନ୍ଦିର ପରିକ୍ରମା କରିବା ସହିତ ଭିତିଭୂମି ବୁଲି ଦେଖି ଖୁସି ଅନୁଭବ କରିଥିବା କଥା କହିଥିଲେ ଶ୍ରୀ ସାହୁ | ଆଗାମୀ ଯଜ୍ଞ ନିମନ୍ତେ ତାଙ୍କୁ ଯାହା ଦାୟିତ୍ୱ ଦିଆଯିବ ତାହାକୁ ସେ ସୁଚାରୁ ରୂପେ ସମ୍ପାଦନା କରିବେ ବୋଲି ମଧ୍ୟ କର୍ମକର୍ତା ଙ୍କୁ ସୂଚନା ଦେବା ସହ ଯେଭଳି ଯଜ୍ଞ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ହେବ ସେ ନେଇ ନିଜର ମତ ରଖିଥିଲେ | ଏହି ଆଲୋଚନା ସମୟରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ,ଭକ୍ତ ଙ୍କ ସମେତ ମନ୍ଦିର ଯଜ୍ଞ କମିଟି ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |


More Stories
ବ୍ଲକ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l