ରିପୋର୍ଟ ,(ଦେବାଶିଷ)
ଖଲ୍ଲିକୋଟ (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ନାଳନ୍ଦା ବିଦ୍ୟା ମନ୍ଦିରରେ ଅଧ୍ୟୟନ ରତ କୈରାସୀ ଗ୍ରାମର ହୃଷିକେଶ ପଣ୍ଡା ଙ୍କ ଏକ ମାତ୍ର ସୁପୁତ୍ର ରୁଦ୍ର ମାଧବ ପଣ୍ଡା ଯୁକ୍ତ ଦୁଇ ପରୀକ୍ଷାରେ ମୋଟ ଛଅ ଶହ ମାର୍କରୁ 539 ନମ୍ବର ରଖି ଟପ ଟେନ ରେ ସ୍ଥାନ ପାଇ ଉକ୍ତ କଲେଜ ପାଇଁ ତଥା ନିଜ ଅଞ୍ଚଳ ପାଇଁ ବେଶ ସୁନାମ ଅର୍ଜନ କରିଛନ୍ତି | ଦିନକୁ ଦଶ ରୁ ବାର ଘଣ୍ଟା ପରିଶ୍ରମ କରି ସେ ଏହି ସଫଳତା ହାସଲ କରିଥିବା ବେଳେ ତାଙ୍କ ସଫଳତା ପଛରେ ପିତା, ମାତା, ଗୁରୁଜୀ ଗୁରୁମା, ଭଉଣୀ ତଥା ଭଗବାନ ଙ୍କ ଆଶୀର୍ବାଦ ଥିବା କହିଛନ୍ତି | ରୁଦ୍ର ମାଧବ ଭବିଷ୍ୟତରେ ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି | ରୁଦ୍ର ପାଠ ପଢା ବ୍ୟତୀତ କ୍ରିକେଟ ଆଉ ଗୀତ ରେ ରୁଚି ରଖନ୍ତି | ସବୁଠାରୁ ଗୁରୁତ୍ୱ ପୁର୍ଣ କଥା ହେଲା ସେ ମୋବାଇଲ ବ୍ୟବହାର କୁ ଗୁରୁତ୍ୱ ନଦେଇ ପାଠ ପଢା ପ୍ରତି ସଜାଗ ରହି ଆଜି ଏ କୃତିତ୍ୱ ହାସଲ କରିଥିବା କହିଛନ୍ତି ତାଙ୍କ ଭିଣୋଇ ରଶ୍ମି ରଞ୍ଜନ ପଣ୍ଡା | ଆଜିର ସମାଜରେ ସବୁଠି ମୋବାଇଲର ବହୁଳ ବ୍ୟବହାର ଛାତ୍ର ଛାତ୍ରୀ ମାନଙ୍କୁ ଭୁଲ ରାସ୍ତାକୁ ନେଉଥିବା ବେଳେ ରୁଦ୍ର ଙ୍କ ଏଭଳି ମାନସିକତା କୁ ନେଇ ଏବେ ସବୁଠି ଚର୍ଚ୍ଚା | ଯାହାକି ଅନ୍ୟ ମାନଙ୍କ ପାଇଁ ଏକ ବଡ଼ ଉଦାହରଣ | ତେବେ ରୁଦ୍ର ମାଧବ ଙ୍କ ଏଭଳି ସଫଳତାକୁ ନେଇ କଲେଜ କର୍ତୃପକ୍ଷ ଙ୍କ ସମେତ ଖଲ୍ଲିକୋଟ ଅଞ୍ଚଳରେ ବେଶ ଖୁସିର ଲହରୀ ଖେଳି ଯାଇଛି |


More Stories
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।
Odisha Vigilance has arrested a sub-treasury employee from Khandapada.