ସୁମଣ୍ଡଳରେ ଗୋଟିଏ ରାତିରେ ୫ ସ୍ଥାନରୁ ଚୋରୀ।
ରିପୋର୍ଟ :ଦେବାଶିଷ
ବେଗୁନିଆପଡା:-(ଆମ ଓଡ଼ିଶା ଖବର ) ପୋଲିସ କୁ ଚ୍ୟାଲେଞ୍ଜ ଦେଇ ଚୋର କରୁଛନ୍ତି ସିରିଜ ଚୋରୀ। ବର୍ତମାନ ଚୋର ପରିସ୍ଥିତିର ସୁଯୋଗ ନେଇ ଚୋରୀ କରିବା ଆରମ୍ଭ କରିଛନ୍ତି। ଗତ ରାତିରେ ବେଗୁନିଆପଡା ଥାନା ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ବାଣିଆ ବାଡ଼ି ଛକ ରେ ଥିବା ଲକ୍ଷ୍ମୀ ନାରାୟଣ କୋଲଡ଼ ବାର ଦୋକାନ ତାଲା ଭାଙ୍ଗି ଉକ୍ତ ଦୋକାନ ଭିତରେ ଥିବା ୩୫000ଟଙ୍କା ସହ ଖାଦ୍ୟ ଜିନିଷ ଚୋରୀ କରିଥିବା ବେଳେ ତା ନିକଟରେ ଥିବା ଲକ୍ଷ୍ମୀ ନାରାୟଣ ମେଡ଼ିସିନ ଷ୍ଟୋର ରୁ ନଗଦ ୫000 ଟଙ୍କା ଚୋରୀ କରି ଦୁର୍ବୁତ୍ତ ସୁମଣ୍ଡଳ ମେଡିକାଲ ଛକ ନିକଟରେ ଥିବା ପ୍ରଭାତ ଜେନାଙ୍କ ଫାଷ୍ଟ ଫୁଡ କେବିନ ଭାଙ୍ଗି ତା ଭିତରେ ଥିବା ଟଙ୍କା ସହ ଅଣ୍ଡା ଗୋଟିଏ କାଟୁନ ନେଇ ଯାଇ ସେହି ରାସ୍ତାରେ ଥିବା ବିଜୟ ଜେନା ଙ୍କ ଘରୁ ମଧ୍ୟ ସୁନା ଚୋରୀ କରି ନେଇ ଚମ୍ପଟ ମାରିବା ପୂର୍ବରୁ ଉକ୍ତ ଗ୍ରାମର ଗନ୍ତେଇ ପ୍ରଧାନଙ୍କ ଘରୁ ଚୋରୀ ଉଦ୍ୟମ କରି ବିଫଳ ହୋଇ ଚାଲିଯାଇଥିଲେ। ଗଲାବେଳେ ଏକ ଚପଲ ହଳ (ମହିଳା ) ମଧ୍ୟ ଛାଡି ପଳାଇଛନ୍ତି। ଉକ୍ତ ଚୋରୀ ଗ୍ୟାଙ୍ଗ ରେ ମହିଳା ମଧ୍ୟ ଥିବାର ଆଶଙ୍କା କରାଯାଉଥିବା ନେଇ ଲୋକ ସନ୍ଦେହ କରିଛନ୍ତି। ଗତ କାଲି ପବନ ଓ ବର୍ଷା ହେବା ଫଳରେ ଵାଣିଆବାଡ଼ି ଠାରେ ପଞ୍ଚାୟତ ତରଫରୁ ଲାଗିଥିବା ସି ସି କ୍ୟାମେରା କରେଣ୍ଟ କଟିଯାଇଥିବା ଯୋଗୁଁ ବନ୍ଦ ଥିବା ଯୋଗୁଁ ଚୋର ଙ୍କ କାରନାମା ଧରା ପଡ଼ିନଥିଲେ ବି ମେଡିକାଲ ଛକରେ ଥିବା ସି ସି କ୍ୟାମେରା କୁ ଅନୁଧ୍ୟାନ କଲେ ଜଣା ପଡିବ ବୋଲି ଲୋକେ ପୋଲିସ କୁ ପ୍ରକାଶ କରିଛନ୍ତି। ଚୋରୀ ପରେ କୋଲଡ଼ ବାର ମାଲିକ ଲିଙ୍ଗରାଜ ଗୌଡ଼ ଓ ମେଡ଼ିସିନ ଷ୍ଟୋର୍ ମାଲିକ ହେମନ୍ତ ବାରିକ ବେଗୁନିଆପଡା ଥାନାରେ ଲିଖିତ ଏତଲା ଦେବା ପରେ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଅପର ପକ୍ଷରେ ବର୍ତମାନ ଚୋର ଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ପାଇଁ ଦାବୀ ହୋଇଛି। ପୂର୍ବ ଦିନ ରାତିରେ ମଧ୍ୟ ବୁରୁଝରୀ ଗ୍ରାମର ଜଣଙ୍କ ଘରୁ ଚୋରୀ ଉଦ୍ୟମ ହୋଇଥିଲା ବୋଲି ଜଣା ପଡିଛି।


More Stories
ଖଣି ଖାଲରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର l
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
Prof. Dr. Sanatan Behera caught taking bribe in vigilance net