ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡ଼ିଶା ଖବର ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମରେ ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ ବିକ୍ରି ହେଉଥିବା ବାରମ୍ବାର ଅଭିଯୋଗ ଆସିଲା ପରେ ଉକ୍ତ ଗ୍ରାମର ସଚେତନ ଯୁବକ ଓ ମହିଳା ଗୋଷ୍ଟୀ ମଦ ବେପାରୀଙ୍କୁ ଧରିବା ପାଇଁ ଅଣ୍ଟା ଭିଡିଛନ୍ତି | ଷଣ୍ଢମୂଳ ଗ୍ରାମ ଢ଼େପ ସାହିର କବି ସ୍ୱାଇଁ (55) ନାମକ ଜଣେ ମଦ ବେପାରୀଙ୍କୁ ଧରି ତାଙ୍କ ନିକଟରୁ ଏକ ବସ୍ତାରେ ଦେଶୀ ମଦ ପୁଡା କୁ ଜବତ କରି ପୋଲିସ ର ଜିମା ଦେଇଥିଲେ | କବି ସ୍ୱାଇଁ ମଦ ବେପାର କରି ପୂର୍ବରୁ ମଧ୍ୟ ପୋଲିସ ଦ୍ୱାରା ଅଟକ ହୋଇଥିଲେ | ବାରମ୍ବାର ତାଗିଦ ପରେ ମଧ୍ୟ ସେ ଦେଶୀ ମଦ ପୁଡିଆ ବେପାର କରୁଥିବା ଅଭିଯୋଗ କରିଛନ୍ତି କିଛି ଯୁବକଙ୍କ ସମେତ ମହିଳା | ସୂଚନା ପାଇଁ କୋଦଳା ଏଏସଆଇ ଗୀତିଶ୍ରୀ ଦାଶ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେବା ସହ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ କରିଥିଲେ | ତେବେ ଗ୍ରାମକୁ ମଦ ମୁକ୍ତ କରିବା ପାଇଁ ଅଧିକରୁ ଅଧିକ ମହିଳା ଓ ଯୁବକ ଏକ ହୋଇ ଚଢ଼ାଉ ଜାରୀ ରଖିବା ଦ୍ୱାରା ଗ୍ରାମରେ ଲୋକେ ସଚେତନ ହେବା ସହ ମଦ ବେପାରୀ ମନରେ ଛନକା ପଶିବ ବୋଲି କହିଛନ୍ତି ଷଣ୍ଢମୂଳ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ | ଏହି ଚଢ଼ାଉରେ ଗ୍ରାମର ଦୀପକ ନାହାକ, ବଗୁଲା ନାହାକ , ରମେଶ ନାହାକ, ପ୍ରଫୁଲ୍ଲ ନାହାକ, ପ୍ରଦୀପ ନାହାକ ପ୍ରମୁଖ ଉପସ୍ଥିତ ଥିଲେ | ଏଠାରେ ପ୍ରଶ୍ନ ଉଠୁଛି ଗ୍ରାମର ମହିଳା ମାନେ ଯଦି ମଦ ଧରିବେ ତେବେ ଅବକାରୀ ବିଭାଗ କରୁଛି କଣ | ଯାହାକୁ ନେଇ ବିଭାଗୀୟ ଅଧିକାରୀ ତତ୍ପର ହେବାର ଆବଶ୍ୟକତା ରହିଛି |
More Stories
ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ଧମକ ଦେବା ଦୁଇ ଯୁବକଙ୍କୁ ପଡିଲା ମହଙ୍ଗା l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ
ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁର୍ତ୍ତ l