ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କେ. ବରିଡା ପଞ୍ଚାୟତର ନିମିନା ଗ୍ରାମରେ ଜଣେ ବୃଦ୍ଧଙ୍କୁ କାଠ ଫାଳିଆରେ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ମଙ୍ଗୁଳୁ ପରିଡା (୬୫) ନିଜ ଘରେ ଏକ ଖଟ ଉପରେ ଶୋଇଥିବା ବେଳେ ସେହି ଗ୍ରାମର ବିଜୟ ପରିଡା ଓ ତାଙ୍କ ପୁଅ ମିଥୁନ ଓ ବିଜୟ ଙ୍କ ସ୍ତ୍ରୀ ମମି ହଠାତ ସେଠାରେ ପହଂଚି ଏକ କାଠ ଫାଳିଆରେ ମଙ୍ଗୁଳୁ ଙ୍କୁ ପ୍ରହାର କରିବା ସହ ବିଜୟ ଏକ ଧାରୁଆ କଟୁରୀ ରେ ମଙ୍ଗୁଳୁଙ୍କ ମୁଣ୍ଡକୁ ହାଣି ଦେଇଥିବା ଅଭିଯୋଗ ହୋଇଛି । ପରେ ମଙ୍ଗୁଳୁ ଙ୍କ ନାତି ଓ ନାତୁଣୀ ଘଟଣା ସ୍ଥଳରେ ପହଂଚି ଚିତ୍କାର କରିବା ପରେ ସେମାନେ ଧମକ ଦେଇ ସେହି ଜାଗା ଛାଡି ଚାଲିଯାଇଥିଲେ। ଏହା ପରେ ମଙ୍ଗୁଳୁ ଙ୍କୁ ତୁରନ୍ତ କୋଦଳା ଓ ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ମଙ୍ଗୁଳୁ ଏକ ଏତଲା ବେଗୁନିଆପଡା ଥାନାରେ ଦାଏର କରିଛନ୍ତି। ଏହି ଘଟଣା ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ଜଣାପଡି ଥିବା ବେଳେ ପୋଲିସ 263/24 ରେ ଏକ ମାମଲା ରୁଜୁ କରି ସମୃକ୍ତ ଆସାମୀ ବିଜୟ ପରିଡା କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଅଶୋକ କୁମାର ହାଁସଦା |


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.