ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡିଶା ଖବର): ରାଜ୍ୟ ସରକାର ନିର୍ବାଚନ ପ୍ରତିଶୃତି ପୂର୍ବକ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ନିୟମ ପ୍ରଣୟନ ପରେ ଆଜି ପବିତ୍ର ଗଣେଶ ପୂଜାରୁ ପ୍ରତ୍ୟେକ ଗାଁ ଠୁ ସହର ପର୍ଯ୍ୟନ୍ତ ଗଡ଼ିବା ଆରମ୍ଭ କରିଛି ସୁଭଦ୍ରା ରଥ | ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ଏହି ରଥ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହି ରଥ ରାଜ୍ୟର ପ୍ରତ୍ୟେକ ଗାଁ ଠୁ ସହର ବୁଲିବ |ସେହିଭଳି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ବ୍ଲକ ଏଵଂ କୋଦଳା ଏନଏସି ରେ ଏହି ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ପ୍ରତାପ ନାୟକ | ଏହି ଯୋଜନାରେ ମହିଳା ମାନେ ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଦେୟ ମୁକ୍ତ ତଥା ଏହା ରାଜ୍ୟ ସରକାରଙ୍କ ନିଃଶୁଳ୍କ ସେବା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି | ପରେ କୋଦଳା ଏନଏସି ରେ ପହଞ୍ଚି ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଉପସ୍ଥିତ ରହି ପୂଜା କରିବା ସହିତ ରାଲିରେ ଉଭୟେ କୋଦଳା ଏନଏସି ପରିକ୍ରମା କରିଥିଲେ | ବାଜା ରୋଷଣୀ ସହିତ ଆଜି କୋଦଳା ନଗର ପରିକ୍ରମା କରିଥିଲା ସୁଭଦ୍ରା ରଥ | ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମନୋଜ ପାଣ୍ଡୀ,ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଚିତ୍ରସେନ ପରିଡା,ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ,ସଂଜୀବ ସାହୁ, ବିଭୁତି ପାଣ୍ଡୀ, ଗୋପାଳ ସାହୁ, ଅଶୋକ ତାରିଣୀ,ବିଜୟ ଦୋରା, ନାରାୟଣ ସୁମନ୍ତରାୟ, ଆଲୋକ ଶତପଥି ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ମିଶନ ଶକ୍ତି ମହିଳା, ଏଵଂ କୋଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ, ବେଗୁନିଆପଡା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ |
More Stories
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ