ଧର୍ମଗଡ ବ୍ଲକ୍ ଜୟନ୍ତପୁର ପଂଚାୟତ ମାଳପଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ରିଲାଏନ୍ସ ଫାଉଣ୍ଡେସନ ଓ କର୍ତ୍ତବ୍ୟ ସଂସ୍ଥା ଆନୁକୁଲ୍ୟରେ ସାମୁହିକ ଜୀବିକା ଉପରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ପୂର୍ବତନ ବ୍ଲକ୍ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ବିରଞ୍ଚି ନାରାୟଣ ରାଉତ ଉପସ୍ଥିତ ରହି ମହିଳା ସୟଂ ସହାୟକ ଗୋଷ୍ଠୀ କୁ ମତ୍ସ୍ୟ ଚାଷ ଉପରେ ତାଲିମ ପ୍ରଦାନ କରିଥିଲେ । ମାଛ ଚାଷର ସମସ୍ତ ପଦ୍ଧତି ସମ୍ପର୍କରେ ପୁଙ୍କାନୂପୁଙ୍ଖ ଭାବେ ଉପସ୍ଥିତ ଗୋଷ୍ଠୀ ମାନଙ୍କୁ ବୁଝାଇଥିଲେ ।

ଆଗାମୀ ଦିନରେ କିଭଳି ଭାବରେ ଗ୍ରାମାଂଚଳ ର ସୟଂ ସହାୟକ ଗୋଷ୍ଠୀ ଉନ୍ନତ ପ୍ରଣାଳୀରେ ମତ୍ସ୍ୟ ଚାଷ କରି ଆର୍ଥିକ ଅଭିବୃଦ୍ଧି କରି ପାରିବେ ଓ ସ୍ୱାବଲମ୍ବୀ ହୋଇ ପାରିବେ ଏହା ହେଉଛି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ୟେଶ୍ଵ ବୋଲି ଆୟୋଜକ କର୍ତ୍ତବ୍ୟ ପ୍ରୋଜେକ୍ଟ କୋଡିନେଟର ନିରାକାର ଦଣ୍ଡସେନା ପ୍ରକାଶ କରିଛନ୍ତି ।ଅନୁଷ୍ଠିତ ଦିନିକିଆ ତାଲିମ ଶିବିରରେ ଜୟନ୍ତପୁର୍ ଜୟ ଜଗନ୍ନାଥ, ମାଳପଡା ମାଁ ଠାକୁରାଣୀ, କଣ୍ଡପଡା ମାଁ ମଙ୍ଗଳା ଓ ଖୁଟୁଲୁଗୁଡ଼ା ଭାଗ୍ୟଲକ୍ଷ୍ମୀ ସୟଂ ସହାୟକ ଗୋଷ୍ଠୀର ୪୦ ଜଣ ମହିଳା ଉପସ୍ଥିତ ରହି ତାଲିମ ନେଇଥିଲେ । କାର୍ଯ୍ୟକ୍ରମକୁ କର୍ତ୍ତବ୍ୟ ବ୍ଲକ୍ କୋଡ଼ିନେଟର ସଦାନନ୍ଦ ନାଗ ଓ ସୁଧୀର ରଞ୍ଜନ ଗୋପାଳ ସହଯୋଗ କରିଥିଲେ ।


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l