(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )କୋଟଗଡ଼ ବନାଞ୍ଚଳ ପକ୍ଷରୁ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ lବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ବନାଞ୍ଚଳ ପକ୍ଷରୁ ଜାତୀୟ ବନ୍ୟପ୍ରାଣୀ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋଟଗଡ଼ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଦ୍ୟାର୍ଥୀ, ମହିଳା ସ୍ୱୟଂ ସହୟିକା ଓ ବନକର୍ମଚାରୀ ସମୂହ ମିଶି ଏକ ଶୋଭାଯାତ୍ରା ରେ ବାହାରି ବଜାରଦେଇ ସେଣ୍ଟ୍ରାଲ ନର୍ସରୀ ପର୍ଯ୍ୟନ୍ତ ଯାଇଥିଲେ |ସେଠାରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁର ଙ୍କ ନେତୃତ୍ୱ ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା |ଏଥିରେ ବାଲିଗୁଡ଼ା ଉପଖଣ୍ତ ବନଖଣ୍ଡ ଅଧିକାରୀ ଶ୍ରୀ ବିଶ୍ୱରାଜ ପଣ୍ଡା,ACF ମନରଞ୍ଜନ ବାଗ,ACF ପ୍ରଫୁଲ୍ଲ ମଲିକ, ACF ସତୀଶ ଧାରୁଆ,ମୁଖ୍ୟ ବନ୍ୟପ୍ରାଣୀ ସୁରକ୍ଷାକର୍ମୀ ବରିଷ୍ଟ ଆଇନି ଜିବି ଶ୍ରୀ କୌଶିକ ସାହୁ ସମେତ ବେଲଘର, ତୁମୁଡ଼ି ବନ୍ଧ, ଦାରିଙ୍ଗବାଡ଼ି ର ବନାଞ୍ଚଳ ଅଧିକାରୀମାନେ ଯୋଗଦେଇଥିଲେ |ଏଥିରେ ମଞ୍ଚାସୀନ ଅତିଥିମାନେ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ସମ୍ପର୍କ ରେ ଅବଗତ କରିଥିଲେ |ତଥା ଜଙ୍ଗଲ କୁ ନିଆଁ ନ ଲଗାଇବା ପୋଡୋ ଚାଷ ପାଇଁ ଜଙ୍ଗଲ ନ କାଟିବ ସେ ବିଷୟ ରେ ସଚେତନ ଦେଇ ଥିଲେ l ଓଡିଶା ର କନ୍ଧମାଳ ଜିଲ୍ଲା ସବୁଜ ବନାନୀ ରେ ୬୫ ପ୍ରତିଶତ ସ୍ଥାନ ରଖି ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ ହୋଇଥିବା ଡିଏଫଓ ସୂଚନା ଦେଇଛନ୍ତି |ଏହି କାର୍ଯ୍ୟକ୍ରମ ବନପାଳ ସୁଧାଂଶୁ ଚୌଧୁରୀ ତତ୍ୱାବଧାନ ରେ ଏହି ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଥିବା ସମସ୍ତ ବନ କର୍ମଚାରୀ ସହଯୋଗ କରିଥିଲେ |
ଆସନ୍ତୁ ଏକାଟୀ ହେବା ଜଙ୍ଗଲ ସୁରକ୍ଷା ନିମନ୍ତେ ସପତ ନେବା l

More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ