(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ )
ଦିନକୁ ଦିନ ସାଇବର ଠକେଇର ଶିକାର ହୋଇ ଅନେକ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଛାତ୍ର ଛାତ୍ରୀ ମାନେ ସାଇବର ଠକେଇର ଶିକାର ହେଉଥିବା ଦେଖିବାକୁ ମିଳିଛି। ତେବେ ଏଭଳି ଏକ ବିଶାଳ ଅପରାଧ କୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ପୋଲିସ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ରେ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଆଜି କନ୍ଧମାଳ ଜିଲ୍ଲା ତୁମୁଡ଼ି ବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଆଜି ସକାଳେ ବେଲଘର ପଞ୍ଚାୟତ ହାଇସ୍କୁଲ ସମ୍ମୁଖରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ସାଇବର ସଚେତନତା ରଥ ବେଲଘର ବଜାର ପରିକ୍ରମା କରିବା ପରେ ହାଇସ୍କୁଲ କୁ ଯାଇଥିଲା ସେଠାରେ ଏକ ସଭାର ଆହୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ DSP ଶ୍ରୀ ଉରୁଷି କେଶନ ନାୟକ , ବେଲଘର ଥାନା ଅଧିକାରୀ ଶ୍ରୀ ଦୀପକ କୁମାର ରାଉତ ଏସ.ଆଇ ଶ୍ରୀ ସମୀୟ ରଞ୍ଜନ ପତି ,ଇନି ସି ପିଷ୍ଟର ଶ୍ରୀ ତରୁଣ ତପନ ବେହେରା ଓ ସମସ୍ତ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବେଲଘର ର 4 ଟି ସ୍କୁଲ ର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ । ସାଇବର ସଚେତନତା ରଥର ମୂଳ ଉଦ୍ଦେଶ୍ୟ ବିଷୟରେ ଶ୍ରୀ ତରୁଣ ତପନ ବେହେରା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ଟି ଶାନ୍ତି ଶୃଙ୍ଖଳା ଭାବରେ ହୋଇଥିବା ଦେଖିବାକୁ ମିଳିଛି।
More Stories
ଦୁଃଖିନୀ ରୋଗାଗ୍ରସ୍ତ ସୁମିତ୍ରା ଙ୍କ ପାଖରେ ପହଞ୍ଚିଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତ୍ତା l
୧୮ତମ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ସମାରୋହ ।
ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର ଜୟନ୍ତୀ ସମାରୋହ