ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 14/10..ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲା ରେ ଅକ୍ଟୋବର 2ଗାନ୍ଧୀ ଜୟନ୍ତୀ ଠାରୁ ଚାଲୁ ରହିଛି!ବିଭିନ୍ନ ସମୟରେ ସାଧାରଣ ଜନତା ସାଇବର ଠକାଇ ର ଶିକାର ହୋଇ ନିଜର ଅର୍ଜିତ ସମ୍ପତି ହରାଇ ବସୁଥିବାର ନଜର କୁ ଆସିଥିବା ବେଳେ ଏହି ସାଇବର ସୁରକ୍ଷା ଅଭିଯାନ ରଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ରେ ଶନିବାର ଦିନ ପହଂଚି ଥିଲା l ଉକ୍ତ ରଥ କୁ ହରଭଙ୍ଗା ଥାନା ଅଧିକାରୀ ନଳିନୀକାନ୍ତ ଦାସ ଙ୍କ ତତ୍ୱାବଧାନ ରେ ନାମ ସଂକୀର୍ତନ ସହ ସୁ ସ୍ୱାଗତ କରାଯାଇଥିଲା l ଏହାପରେ ହରଭଙ୍ଗା ଥାନା ପରିସର ରୁ ଏକ ବାଇକ ରାଲି ରେ ସଚେତନତା ରଥ ବାହାରି ହରଭଙ୍ଗା ବଜାର ଦେଇ ହରଭଙ୍ଗା ମୋଡେଲ ଉଚ୍ଚ ବିଦ୍ୟାଳୟ ରେ ପହଁଚି ଏକ ସାଧାରଣ ସଚେତନତା ସଭା କରାଯାଇ ସାଇରବ ସୁରକ୍ଷା ଉପରେ ଛାତ୍ରଛାତ୍ରୀ, ଜନସାଧାରଣ ଙ୍କୁ ସାଇବର ଠକରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେନେଇ ସଚେତନତା ପାଇଁ ବିଭିନ୍ନ ପନ୍ଥା ଓ ମlର୍ଗଦର୍ଶନ ଦିଆଯାଇଥିଲା l
ପରେ ଏହି ସଚେତନl ରଥ ପଞ୍ଚାୟତ ମହାବିଦ୍ୟାଳୟ ହରଭଙ୍ଗା ରେ ପହଂଚି ଥିଲା!ରଥ କୁ ଛାତ୍ର ଛାତ୍ରୀ ସ୍ୱାଗତ ଜଣାଇ ସାଧାରଣ ସଭା କୁ ପାଛୋଟି ଆଣିଥିଲେ!ଉକ୍ତ ସାଧାରଣ ସଭା ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ହିମାଂଶୁ ରାଉତ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ହରଭଙ୍ଗା ଥାନା ଅଧିକାର ନଳିନୀ କାନ୍ତ ଦାସ ଙ୍କ ସମେତ ସାଇବର ସଚେତନତା ଅଭିଯାନ ଟିମର ସଦସ୍ୟା ଏସ ଆଇ ରଶ୍ମିତା ମଗର, ଏବଂ ଟିମ ର ମୁଖ୍ୟ ତୁଲାରାମ ମହାନନ୍ଦ,ହୃଷିକେଶ ମେହେର ସାଇବର ସୁରକ୍ଷା ଉପରେ ବିଭିନ୍ନ ସଚେତନତା ବାର୍ତ୍ତା ବାଣ୍ଟିଥିଲେ ପରେ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ଙ୍କ ଭିତରେ ସାଇବର ସଚେତନତା, ଝୋଟି, କୁଇଜ ନାଚ, ଗୀତ ର ପ୍ରତିଯୋଗିତା କରାଯାଇଥିଲା!ଓ କୃତି ପ୍ରତିଯୋଗି ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା!ଏହି ସଚେତନତା କାର୍ଯ୍ୟକ୍ରମ ରେ ହରଭଙ୍ଗା ଥାନା ସମସ୍ତ କର୍ମଚାରୀ, ବାଟାଲିୟନ ଟିମ, ସ୍କୁଲ ଓ କଜେଲ ଶିକ୍ଷକ,ଶିକ୍ଷୟିତ୍ରୀ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ସାମିଲ ରହିଥିଲେ!


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ