କନ୍ଧମାଳ:06/11/23:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ “ଆମ ଓଡ଼ିଶା ନବୀନ ଓଡିଶା”କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି ।ପ୍ରତ୍ୟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ନେତୃତ୍ୱରେ ଓ ଅନ୍ୟ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ନିଜ ବ୍ଲକର ସମସ୍ତ ପଞ୍ଚାୟତରୁ ଏସ୍ଏଚଜି ଗ୍ରୁପ ମହିଳା ,ଅଙ୍ଗନବାଡ଼ି କର୍ମୀ,MBK ମହିଳା ଓ ଆଶା କର୍ମୀ ମହିଳା ମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5ଟି ଅଧ୍ୟକ୍ଷ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଅନୁଦାନ ରାଶି ଭିଡିଓ କନଫେରେନ୍ସ ମାଧ୍ୟମରେ ଲୋକଙ୍କୁ ସିଧାସଳଖ ଭାବେ ଜଣେଇବା ଥିବା ବେଳେ ଅଞ୍ଚଳର ଜନ ପ୍ରତିନିଧିମାନେ ଶୁଭେଚ୍ଛା କୃତଜ୍ଞତା ଜଣେଇଥିଲେ । ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ନିମନ୍ତେ 85 କୋଟି 50 ଲକ୍ଷ ବ୍ୟୟରେ ଦୁଇ ହଜାର ଅନେଶ୍ୱତଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକଙ୍କ ଆବଶ୍ୟକ ଅଭିଯୋଗ ପ୍ରକରେ ଅତି କମ୍ ସମୟରେ ଅନୁମୋଦନ କରିଛନ୍ତି ।ବାଲିଗୁଡ଼ା ବ୍ଲକର ଚଉଦଟି ପଞ୍ଚାୟତ ପାଇଁ 50 ଲକ୍ଷ ହିସାବରେ ମୋଟ 7 କୋଟି ଅର୍ଥ ମଞ୍ଜୁର କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି ସାଂସଦ ପ୍ରତିନିଧି ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀଯୁକ୍ତ ଟୁନା ଦାଶ୍ ତୁମୁଡ଼ି ବନ୍ଧ ବ୍ଲକ ରେ ମଧ୍ୟ ଶତାଧିକ ବିଜେଡ଼ି ସମର୍ଥକ,ବରିଷ୍ଠ କର୍ମୀ ଓ ବ୍ଲକର ଅନ୍ୟ ଜନ ପ୍ରତିନିଧି ମାନଙ୍କୁ ନେଇ ଉପସ୍ଥିତ ହୋଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବା ଦେଖିବାକୁ ମିଳିଛି ।
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”