ରିପୋର୍ଟ :ଫିଲିପ କୁମାର ଦିଗାଲ
ତା 15/6/2023 କନ୍ଧମାଳ କୋଟଗଡ଼ ବ୍ଲକ ରେ ଦୀର୍ଘ ମାସ ହେବ ଚାଲିଛି ବିଡିଓ ଅର୍ଜୁନ ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର ମଧ୍ୟରେ ଚାଲିଛି ତିକ୍ତତା |କୋଟଗଡ଼ ବିଡିଓ ଆସିବାଦିନଠାରୁ ବ୍ଲକ ର ଉନ୍ନୟନମୂଳକ କାର୍ଯ୍ୟରେ ଲାଗିରହିଛି ପୂର୍ଣ୍ଣଛେଦ |ବ୍ଲକ ରେ ବଢୁଛି ଦୁର୍ନୀତି,ବ୍ଲକ କର୍ମଚାରୀଙ୍କ ଉପରେ ନାହିଁ ଅଙ୍କୁଶ, ଚାଲିଛି ମନମାନୀ |ଏହାର ଫାଇଦା ନେଉଛନ୍ତି ଯନ୍ତ୍ରୀ, ବ୍ଲକ ରେ ବଢୁଛି ପିସି କାରବାର |କୋଟଗଡ଼ ବ୍ଲକରେ ବିଡିଓ ଅର୍ଜୁନ ପ୍ରଧାନ ଙ୍କ ମନମୁଖୀ କାର୍ଯ୍ୟକଳାପ କୁ ନେଇ ନିମ୍ନ କର୍ମଚାରୀ,ଠିକାଦାର ଓ ଉପଭୋକ୍ତା ଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ |

ସମସ୍ତ ଙ୍କ ଏକା ଅଭିଯୋଗ ବିଡିଓ ଅର୍ଜୁନ ପ୍ରଧାନ କୁଆଡେ ସବୁଦିନ କାର୍ଯ୍ୟାଳୟରେ ରହିବା ପରିବର୍ତ୍ତେ କ୍ଷେତ୍ର ପରିଦର୍ଶନ ର ଆଳ ଦେଖାଇ କାର୍ଯ୍ୟାଳୟ ସମୟ ରେ ଛୁ ମାରି ଦିଅନ୍ତି |ବିଭିନ୍ନ କ୍ଷେତ୍ର କୁ ଯାଇ କାର୍ଯ୍ୟ ପରିଦର୍ଶନ ପରିବର୍ତ୍ତେ କୁଆଡେ ବୁଲି ଆସନ୍ତି, ତାହା କାହାକୁ ଜଣା ନାହିଁ |କାହା ସହ ସମନ୍ୱୟ ରଖିବା ପାଇଁ ବିଡିଓ ମହାଶୟ ଙ୍କ କୁଆଡେ ସମୟ ନାହିଁ,ସବୁବେଳେ ବିଜି ଆଉ ବିଜି |ଏହି ଆଚରଣ କୁ ନେଇ ରାଗ ତମ ତମ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର ଏବଂ ତାଙ୍କ ସମର୍ଥକ |ତେଣୁ ବିଡିଓ ଙ୍କ ଚାମ୍ବର ଫାଟକ ରେ ନିଜ ସମର୍ଥକ ସହ ତାଲା ଉପରେ ତାଲାପକାଇ କାର୍ଯ୍ୟାଳୟ ବାହାରେ ନାରାବାଜି ସହ ପ୍ରତିବାଦ କରିଛନ୍ତି ସମିତିଅଧକ୍ଷା ପିଙ୍କି କହଁର, ଜିଲ୍ଲା ପରିଷଦ ଜିରିମିୟ ସୁନାମାଝୀ ଓ ବିଭିନ୍ନ ପଂଚାୟତ ର ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ |ହେଲେ ବ୍ଲକ ରେ ବିଡିଓ ଅର୍ଜୁନ ପ୍ରଧାନ କାହା ଦଲାଲୀ କରୁଛନ୍ତି ବିଡିଓ ଙ୍କ ଉପରେ କଣ ହେଉଛି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ରହିଲା


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।