ରିପୋର୍ଟ :ଫିଲିପ କୁମାର ଦିଗାଲ
ତା 15/6/2023 କନ୍ଧମାଳ କୋଟଗଡ଼ ବ୍ଲକ ରେ ଦୀର୍ଘ ମାସ ହେବ ଚାଲିଛି ବିଡିଓ ଅର୍ଜୁନ ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର ମଧ୍ୟରେ ଚାଲିଛି ତିକ୍ତତା |କୋଟଗଡ଼ ବିଡିଓ ଆସିବାଦିନଠାରୁ ବ୍ଲକ ର ଉନ୍ନୟନମୂଳକ କାର୍ଯ୍ୟରେ ଲାଗିରହିଛି ପୂର୍ଣ୍ଣଛେଦ |ବ୍ଲକ ରେ ବଢୁଛି ଦୁର୍ନୀତି,ବ୍ଲକ କର୍ମଚାରୀଙ୍କ ଉପରେ ନାହିଁ ଅଙ୍କୁଶ, ଚାଲିଛି ମନମାନୀ |ଏହାର ଫାଇଦା ନେଉଛନ୍ତି ଯନ୍ତ୍ରୀ, ବ୍ଲକ ରେ ବଢୁଛି ପିସି କାରବାର |କୋଟଗଡ଼ ବ୍ଲକରେ ବିଡିଓ ଅର୍ଜୁନ ପ୍ରଧାନ ଙ୍କ ମନମୁଖୀ କାର୍ଯ୍ୟକଳାପ କୁ ନେଇ ନିମ୍ନ କର୍ମଚାରୀ,ଠିକାଦାର ଓ ଉପଭୋକ୍ତା ଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ |
ସମସ୍ତ ଙ୍କ ଏକା ଅଭିଯୋଗ ବିଡିଓ ଅର୍ଜୁନ ପ୍ରଧାନ କୁଆଡେ ସବୁଦିନ କାର୍ଯ୍ୟାଳୟରେ ରହିବା ପରିବର୍ତ୍ତେ କ୍ଷେତ୍ର ପରିଦର୍ଶନ ର ଆଳ ଦେଖାଇ କାର୍ଯ୍ୟାଳୟ ସମୟ ରେ ଛୁ ମାରି ଦିଅନ୍ତି |ବିଭିନ୍ନ କ୍ଷେତ୍ର କୁ ଯାଇ କାର୍ଯ୍ୟ ପରିଦର୍ଶନ ପରିବର୍ତ୍ତେ କୁଆଡେ ବୁଲି ଆସନ୍ତି, ତାହା କାହାକୁ ଜଣା ନାହିଁ |କାହା ସହ ସମନ୍ୱୟ ରଖିବା ପାଇଁ ବିଡିଓ ମହାଶୟ ଙ୍କ କୁଆଡେ ସମୟ ନାହିଁ,ସବୁବେଳେ ବିଜି ଆଉ ବିଜି |ଏହି ଆଚରଣ କୁ ନେଇ ରାଗ ତମ ତମ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର ଏବଂ ତାଙ୍କ ସମର୍ଥକ |ତେଣୁ ବିଡିଓ ଙ୍କ ଚାମ୍ବର ଫାଟକ ରେ ନିଜ ସମର୍ଥକ ସହ ତାଲା ଉପରେ ତାଲାପକାଇ କାର୍ଯ୍ୟାଳୟ ବାହାରେ ନାରାବାଜି ସହ ପ୍ରତିବାଦ କରିଛନ୍ତି ସମିତିଅଧକ୍ଷା ପିଙ୍କି କହଁର, ଜିଲ୍ଲା ପରିଷଦ ଜିରିମିୟ ସୁନାମାଝୀ ଓ ବିଭିନ୍ନ ପଂଚାୟତ ର ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ |ହେଲେ ବ୍ଲକ ରେ ବିଡିଓ ଅର୍ଜୁନ ପ୍ରଧାନ କାହା ଦଲାଲୀ କରୁଛନ୍ତି ବିଡିଓ ଙ୍କ ଉପରେ କଣ ହେଉଛି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ରହିଲା
More Stories
ଜିଲ୍ଲା ସ୍ତରୀୟ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଯାଇଛି|
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ l
ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l