ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଆଜି ଦେଶ ପାଳନ କରୁଛି 75ତମ ଗଣତନ୍ତ୍ର ଦିବସ। ଦିଲ୍ଲୀଠୁ ପଲ୍ଲୀ ଏନେଇ ସବୁଠି ଉତ୍ସବର ମାହୋଲ୍।। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ,ନିରାକାରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ,ନିରାକାରପୁର ଉପର ବଜାର ଗାଡି ମାଲିକ ସଂଘ ଓ ଡ୍ରାଇଭର ଚାଳକସଂଘ ସହିତ ବିଭିନ୍ନ ସଂଗଠନ ପକ୍ଷରୁ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଛି।ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ହାତରେ ପତାକା ଧରି ଭାରତମାତା କି ଜୟ ବନ୍ଦେ ମାତରମ ଧ୍ୱନି ଦେଇ ଜାତୀୟ ସଗିଂତ ଗାନ କରି ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ।
More Stories
ବୋଲଗଡ଼ରେ ନୂତନ ତହସିଲଦାର ବିଜୟ ସେଠୀଙ୍କ ଯୋଗଦାନ ।
ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବରେ ବହୁ ପ୍ରତିଭା ସମ୍ବର୍ଦ୍ଧିତ ।
ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର