ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଞ୍ଚଳ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ଏହି ଥାନାରେ ନୂତନ ନିରୀକ୍ଷକ ଭାବେ ସୁଶାନ୍ତ କୁମାର ବେହେରା ଦାଇତ୍ଵ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ନୂତନ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଂଘର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା ନେତୃତ୍ୱରେ ସମ୍ପାଦକ ସନ୍ତୋଷ ଚୈ।ଧୁରୀ , ସହ-ସମ୍ପାଦକ କାହ୍ନୁ ଚରଣ ବେହେରା , ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ପଟ୍ଟନାୟକ , ମହେଶ ନାୟକ , ବିଜୟ ବାହୁବଳେନ୍ଦ୍ର ପ୍ରମୁଖ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏତଦ୍-ବ୍ୟତୀତ ଟାଙ୍ଗୀ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ନିମିତ୍ତ ଚୋରା ଚାଲାଣ କାରବାର , ବେଆଇନ କାର୍ଯ୍ୟ ଏବଂ ନାରୀ ସୁରକ୍ଷା ପାଇଁ କଡ୍ଡା ଆଭିମୁଖ୍ୟ ଗ୍ରହଣ କରାଯିବା ସହିତ ଅଞ୍ଚଳରେ ଶାନ୍ତ ବାତାବରଣ ପାଇଁ ଟାଙ୍ଗୀ ପୋଲିସ ଭାଇଚାର ସମ୍ପର୍କ ସ୍ଥାପନ କରିବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା କହିଛନ୍ତି ।
ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଟାଙ୍ଗୀ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
******** ********** ***


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ “ଉର୍ଦ୍ଧମ୍ନାୟ ତନ୍ତ୍ର” ପ୍ରଚୀନ ଗ୍ରନ୍ଥର ଲୋକାର୍ପଣ୍।
ମିଶ୍ରିତ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ, ଖୋର୍ଦ୍ଧା ରୋଡ ପକ୍ଷରୁ ଶିଶୁ ଦିବସ ପାଳିତ।
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜାତୀୟ ସମାବେଶ ରେ ଖୋର୍ଦ୍ଧାଜିଲ୍ଲା ର ଯୋଗଦାନ